କୁମାର ପୂର୍ଣ୍ଣମୀରେ କୁମାରୀ ବିବାହ, ମଧୁପୁର ଗାଁ ଉତ୍ସବ ମୁଖର

ନିମାପଡା, (ସନ୍ତୋଷ ଦାଶ ) : କୁମାର ପୂର୍ଣମୀ ରେ କୁଆଁରୀ ବିବାହ ଅନୁଷ୍ଠିତ ହୋଇଯାଇଛି. କୁମାର ପୂର୍ଣ୍ଣମୀ ରେ ଗତ ପାଞ୍ଚ ବର୍ଷ ହେଲା ଅଭିନବ ଉପାୟ ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମର ଝିଅ ମାନଙ୍କ ମଧ୍ୟରେ ବରଓ କନ୍ୟା ହୋଇ ବିବାହ ହୋଇଥାଏ I ଯେଉଁ ଭଳି ଭାବରେ ଦୁଇ ଜଣ ଝିଅ ବର କନ୍ୟା ବେଶ ରେ ସଜାଇ ହୋଇଛନ୍ତି, ବେଦି ରେ ବସିଛନ୍ତି ଏବଂ ଉଭୟ ଙ୍କର ବିବାହ ମଧ୍ୟ୍ୟ ସମ୍ପର୍ଣ ହୋଇଛି I ଖୁବ ଧୁମଧାମ ରେ ଏହି ବାହାଘର ଆୟୋଜନ କରାଯାଇଥିଲା I ପୁରା ଗାଁ ଏହି ବାହାଘର ରେ ମସଗୁଲ ହୋଇଥିଲେ, ବାଜା ବଜାଇ ପୁରାପୁରି ଯେଉଁ ଭଳି ଭାବରେ ବାହାଘର କରାଯାଏ ସେହିଭଳି ଭାବରେ ଏହି ଉଭୟ ଝିଅ ଙ୍କର ବାହାଘର କରାଯାଇଛି I ବର କନ୍ୟା ବେଶ ରେ ଉଭୟ ସଜାଇ ହୋଇଥିଲେ ଏବଂ କୁମାର ପୂର୍ଣ୍ଣିମା ରେ ଯେଉଁ ରୀତିନୀତି ରହିଛି ସେହି ରୀତିନୀତି ଅନୁସାରେ ଏହି ଦୁଇ ଝିଅ ଙ୍କର ବିବାହ ସମ୍ପର୍ଣ ହୋଇଛି I ଦୁଇ ଜଣ ଝିଅ ବର କନ୍ୟା ବେଶ ରେ ସଜାଇ ହୋଇ ବର ଘରୁ ବରଯାତ୍ରୀ ମଧ୍ୟ୍ୟ ପ୍ରୋସେସନ କରି ନାଚ ଗୀତ କରି ଆସିଥିଲେ.ବାଡ଼ୁଅ ପାଣି ଗାଧୁଆ ଠାରୁ ଆରମ୍ଭ କରି ଦଅଁ ମଙ୍ଗୁଳା, କାର ରେ ବର ର ପ୍ରୋସେସନ, ବ୍ରାହ୍ମଣ ମନ୍ତ୍ର ପାଠ ସହ ରୀତିନୀତି ରେ ଅନୁସାରେ ଏହି ଦୁଇ ଝିଅ ଙ୍କ ବିବାହ ସମ୍ପର୍ଣ ହୋଇଥିଲା I ଏବଂ ସତ ସତିକା ବର କନିଆଁ ବାହାଘର ପରି ଏହି ବାହାଘର ମଧୁପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା I ବର ବେଶ ରେ ଝିଅ ଘରକୁ ଆସି ବେଦି ରେ ହୋମ ନିଆଁ କୁ ସାକ୍ଷୀ ରଖି ବିବାହ କରିଥିଲେ. ବାଜା, ବାଣ ରୋଷଣୀ ରେ ପୁରା ଗାଁ ଉତ୍ସବ ମୁଖର ହୋଇଥିଲା I ବର ଯାତ୍ରୀ ଙ୍କ ବ୍ୟାଣ୍ଡ ବାଜା ବରାତ ରେ ବର ଆସିଥିଲା କନିଆ ଘର.ଏବଂ ଯେଉଁ ଭଳି ଭାବରେ କନିଆ ଘର ବାହାଘର ସମ୍ପର୍ଣ ପରେ ଚାଉଳ ଆଞ୍ଜୁଳି ଦେଇ ଝିଅ କୁ ବିଦା କରାଯାଏ ତାହା ଏହି ବିବାହ ଉତ୍ସବ ରେ ଗାଁ ଲୋକ ମାନେ ପୁରାପୁରି ସହଯୋଗ କରିଥିଲେ ଏବଂ ନିଆରା ପରମ୍ପରା ଯାହାକି ଦେଖିବାକୁ ମିଳିଥିଲା I ଏବଂ ଏଭଳି ଏକ ଘଟଣା କୁ ଏଥିପାଇଁ ଚର୍ଚ୍ଚା କରାଯାଉଛି କାରଣ ଦୁଇ ଜଣ ଝିଅ ବର କନ୍ୟା ବେଶ ରେ ସଜେଇ ହୋଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି I ପୁରୀ ଜିଲ୍ଲାଅସ୍ତରଙ୍ଗ ବ୍ଲକ ମଧୁପୁର ଗାଁ ରେ କୁମାର ପୂର୍ଣ୍ଣିମା ଅବସରରେ ଏଭଳି ଏକ କୁମାରୀ ବିବାହ ଉତ୍ସବ ଦେଖିବାକୁ ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ