କୁମୁଣ୍ଡ ହତ୍ୟାକାଣ୍ଡର ୪୮ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତ, ମାଷ୍ଟରମାଇଣ୍ଡ ସହ ଚାରିଗିରିଫ

ଗଞ୍ଜାମ, (ବିନୋଦ ପଲାଇ):ରମ୍ଭା ଥାନା ଅଧୀନରେ ଥିବା ଖଲ୍ଲିକୋଟ ବ୍ଲକର କୁମୁଣ୍ଡ ଗ୍ରାମରେ ବିଜେଡି ସମର୍ଥିକ ପଦ୍ମରେଡ୍ଡୀ ହତ୍ୟା ମାମଲାର ୪୮ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତ ,ମାଷ୍ଟରମାଇଣ୍ଡ ସହ ଚାରିଜଣଙ୍କୁ ଗିରିଫ କରିଛି , ପୋଲିସ। ଯାହା ରମ୍ଭା ଆଇଆଇସି ସତ୍ୟବ୍ରତ ଭୁତିଆଙ୍କ ପାଇଁ ବଡ଼ ସଫଳତା ବୋଲି ଚର୍ଚ୍ଚା ହେଉଛି।ଖଲ୍ଲିକୋଟ ବ୍ଲକ କୁମୁଣ୍ଡ ପଞ୍ଚାୟତରେ ଗତ ପଞ୍ଚାୟତ ନିର୍ବାଚନ ପର ଠାରୁ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ମଧ୍ୟରେ ତିକ୍ତତା ଲାଗିରହିଛି। ଏହିପରିକି ଗତ ଗଣେଷ ପୂଜା ବିସର୍ଜନ ବେଳେ ରେଡ୍ଡୀ ସମ୍ପ୍ରଦାୟ ର ଓ କୈବର୍ତ୍ତ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଟି ସଂଘର୍ଷ ହୋଇ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ଉଭୟ ଗୋଷ୍ଟି ବିଜେଡି ବିଜେଡି ସମର୍ଥକ ହୋଇଥିବା ବେଳେ ପରାଜୟ ଓ ବିଜୟକୁ ନେଇ ତିକ୍ତତା ଦୁଇ ବର୍ଷ ବିତିଥିଲେ ମଧ୍ୟ ଶାନ୍ତି ପଡି ନାହିଁପଞ୍ଚାୟତରେ । ଗତକାଲି ରାତି ଦଶଘଣ୍ଟ ସମୟରେ ପଦ୍ମ ରେଡ୍ଡୀ ଓ ନରସିଂହ ପଣ୍ଡା ଅଟୋରେ ଗ୍ରାମକୁ ଫେରୁଥିବା ବେଳେ ,ଗ୍ରାମ ନିକଟ ପୂର୍ବରୁ ଯୋଜନା ଭାବେ ପ୍ରସ୍ତୁତ ହୋଇ ରହିଥିବା ପରାଜିତ ସରପଞ୍ଚ ସମର୍ଥକ ମାନେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ପଦ୍ମ ଓ ନରସିଂହ ଗୁରୁତର ଆହତ ହୋଇଥିଲେ। ଏକ ପାନ ଦୋକାନି ରମ୍ଭା ଥାନା ଅଧିକାରୀଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।ଏହି ସମୟରେ ଡକାୟତ ବହୁଳ ସାନଘାଟି ଅଞ୍ଚଳରେ ଥାନା ଅଧିକାରୀ ସତ୍ୟବ୍ରତ ଭୁତିଆ ଏବଂ ତାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ପେଟ୍ରୋଲିଙ୍ଗ କରୁଥିଲେ। ଘଟଣାର ତୁରନ୍ତ ଖବର ପାଇ ଆଇଆଇସି ଭୁତିଆ ପହଞ୍ଚି ଦୁଇଜଣ ଗୁରୁତରଙ୍କୁ ପୋଲିସ ଗାଡି ଓ ଆମ୍ଭୁଲାନ୍ସରେ ବ୍ରହ୍ମପୁର ମେଡ଼ିକାଲ ନେଇଥିଲେ। ବାଟରେ ପଦ୍ମଙ୍କର ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ନରସିଂହଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଜି ଅପରାହ୍ନରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ପରେ ମୃତ ପଦ୍ମଙ୍କ ସ୍ତ୍ରୀ କୁମାରୀ ୨୬ ଜଣଙ୍କ ନାମରେ ଏତଲା ଦେଇଥିଲେ। ଏତଲା କୁ ଭିତ୍ତି କରି ୭୩୧/୨୨ ଏକ ହତ୍ୟା ମକଦ୍ଦମା ରୁଜୁ କରି ତଦନ୍ତକୁ ଜୋରଦାର କରିଥିଲେ ରମ୍ଭା ଆଇଆଇସି ଭୁତିଆ। ହତ୍ୟା କାଣ୍ଡ ଘଟିବାର ୪୮ ଘଣ୍ଟା ନପୁରୁଣୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ରମ୍ଭା ଥାନାର କୁମୁଣ୍ଡ ଗ୍ରାମର ବ୍ରାହ୍ମଣ ସାହିର ରମେଶ ଚନ୍ଦ୍ର ବାରିକ (୬୦), ଙ୍କ ସମେତ ବ୍ରାହ୍ମଣ ସାହିର ଦିବାକର ବାରିକ(୪୫), ଶିକୁଳା ଗ୍ରାମର ନିରଞ୍ଜନ ମହାରଣା (କୋକି-୨୭) , ସମାଗ୍ରାମର ପପୁ ବେହେରା(୨୩), ନିମଖଣ୍ଡି ଥାନାର ଗୁରୁଣ୍ଠି ଗ୍ରାମର ସ୍ବାଧୀନ କୁମାର ଦାସ (ପପୁ-୨୦),ଙ୍କୁ ଗିରିଫ କରିବା ସହ ଘଟଣା ସ୍ଥଳରୁ ଖଣ୍ଡା, ଛୁରି ଓ ମୋବାଇଲ ଜବତ କରିଛି। ଶିକୁଳା ଗ୍ରାମର ନିରଞ୍ଜନ ମହରାଣ ନାମରେ ପୂର୍ବରୁ ପୁରୁଷୋତ୍ତମପୁର ଥନା ଓ ରମ୍ଭା ଥାନାରେ ସଙ୍ଗିନୀ ଦଫା ଲାଗି କେଶ ରହିଥିବା ଜଣାପଡିଛି। ଗିରିଫ ପାଞ୍ଚଜଣଙ୍କ ନାମରେ କେଶନମ୍ବର ୭୩୧/୨୨ ରେ ଦଫା ୧୪୭, ୧୪୮, ୩୦୨, ୩୨୬,୩୦୭, ୧୪୯, ଲଗାଯାଇଛି। ଆଇଆଇସି ଭୁତିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇ ବିମଳ କୁମାର କହଁର ଏହାର ତଦନ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ