କୁମ୍ଭମେଳା ଅମୃତସ୍ନାନ

ଅର୍ଦ୍ଧକୁମ୍ଭ ପୂର୍ଣ୍ଣକୁମ୍ଭ
ମହାକୁମ୍ଭ ସ୍ନାନ,
ଅମୃତ ବୁନ୍ଦା ପଡିଛି
ଯେଉଁ ଚାରି ସ୍ଥାନ ।

ସମୁଦ୍ର ମନ୍ଥନ ବେଳେ
ଦେବତା ରାକ୍ଷସ,
ଅମୃତ କଳସ ପାଇଁ
ଲାଗିଲା ସଂଘର୍ଷ ।

ଅମୃତ କଳସ ଦେବେ
କଲେ ସୁରକ୍ଷିତ,
ଚାରି ବୁନ୍ଦା ପଡି ହେଲା
ଚାରି ତୀର୍ଥ କ୍ଷେତ୍ର ।

ହରିଦ୍ଵାର ଉଜ୍ଜୟିନୀ
ନାସିକ ସମେତ
ପ୍ରୟାଗରାଜ ବୋଲାଏ
ତୀର୍ଥେ ମଧ୍ୟେ ଶ୍ରେଷ୍ଠ ।

ଯହିଁ ଗୁପ୍ତେ ବହୁଛନ୍ତି
ମାତା ସରସ୍ଵତୀ,
ଗଙ୍ଗା ଯମୁନା ସଙ୍ଗମ
ସ୍ଥଳ ତୀର୍ଥ ସେଠି ।

ବନବାସ କାଳେ ରାମ
ସେ ପ୍ରୟାଗ ତୀର୍ଥେ,
ସୀତା ଲକ୍ଷ୍ମଣ ମହିତ
ସ୍ନାନ ମୋକ୍ଷ ଅର୍ଥେ ।

ସେ ତୀର୍ଥେ ବୈରାଗୀ ସାଧୁ
ନାଗାସାଧୁ ମେଳି,
ସାହି ସ୍ନାନ ସାରି ଯାନ୍ତି
ତପସ୍ଥଳେ ଚଳି ।

ତହିଁ ପରେ ଜପି ତପୀ
ଗୃହସ୍ଥ ସନ୍ନ୍ୟାସୀ,
କୁମ୍ଭ ଅମୃତ ସ୍ନାନରେ
ପବିତ୍ର ଲଭନ୍ତି ।

ଛଅ ବର୍ଷେ ଅର୍ଦ୍ଧକୁମ୍ଭ
ବାର ପୂର୍ଣ୍ଣକୁମ୍ଭ,
ବାର ବାର ପୂର୍ଣ୍ଣକୁମ୍ଭେ
ପଡେ ମହାକୁମ୍ଭ ।

ଏତେ ବର୍ଷ କଳି ଯୁଗେ
ବଞ୍ଚିବା ଦୁର୍ଲ୍ଲଭ,
ମହାକୁମ୍ଭେ ସ୍ନାନ କରି
ଲଭିବା ସୌଭାଗ୍ଯ ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ