କୁମ୍ଭାରଶାଳ ନିର୍ମାଣ ନହେଲେ ହେବ ଆନ୍ଦୋଳନ
ଜୟପୁର, (ଓ୍ବାଇଏନ୍ଏସ୍):ଜୟପୁର ବ୍ଲକ ଅନ୍ତର୍ଗତ କେବିଡି ପଞ୍ଚାୟତର କୁମ୍ଭାରପୁଟ ଗ୍ରାମବାସୀ ସମାଜସେବୀ ବି. ହରୀ ରାଓ ଙ୍କ ନେତୃତ୍ୱରେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଗତ ଜାନୁଆରୀ ୨୦୨୦ ରେ ଦାବି କରିଥିଲେ ଓ ପ୍ରଶାସନ ମଧ୍ୟ ପ୍ରତିଶ୍ରୃତି ମଧ୍ୟ ଦେଇଥିଲେ । କିନ୍ତୁ ଆଜି ଯାଏ କିଛି ପଦକ୍ଷେପ ନେଇ ନାହାଁନ୍ତି । ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି ଯେ କୁମ୍ଭାରପୁଟ ଗ୍ରାମରେ ପ୍ରାୟ ୪୫ ପରିବାର କୁମ୍ଭାର ସମ୍ପ୍ରଦାୟର ହୋଇଥିବା ବେଳେ ଏମାନଙ୍କର ମୁଖ୍ୟ ଜିବିକା କେବଳ ମାଟି କାର୍ଯ୍ୟ କରି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ଗତ ୩୦ ବର୍ଷ ତଳେ ସରକାରଙ୍କ ତରଫରୁ ଏହି ଗ୍ରାମରେ ଏକ କୁମ୍ଭାରଶାଳ ନିର୍ମାଣ ହୋଇଥିଲା । ଯେଉଁଥିରେ ଗ୍ରାମର ସମସ୍ତ କୁମ୍ଭାର ଏକାଠି ହୋଇ ସାମିୁହିକ ଭାବେ ନିଜ ନିଜର ମାଟି କାର୍ଯ୍ୟକରି ସେଠାରେ ରଖୁଥିଲୋ । ବର୍ତ୍ତମାନ ଉକ୍ତ କୁମ୍ଭାରଶାଳ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । ଏହି ଶାଳରେ କୌଣସି ମାଟି କାର୍ଯ୍ୟ କରି ରଖାଯାଇ ପାରୁ ନାହିଁ । ବର୍ଷା ଦିନରେ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ରହୁଛି । ଗତ ଦିନରେ ଉପ ଜିଲାପାଳ ଓ ବିଡିଓଙ୍କ ନିକଟରେ ଦାବୀ କରିଥିଲେ । ବିଡିଓ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଫେରି ଆସିଥିଲେ । କିନ୍ତୁ ଆଜି ଯାଏ କୁମ୍ଭାରଶାଳ ନିର୍ମାଣ ହୋଇନାହିଁ । ତେଣୁ ତୁରନ୍ତ ନୁତନ କୁମ୍ବାରଶାଳ ନିର୍ମାଣ ଓ ରହିଥିବା କୁମ୍ବାରଶାଳର ମରାମତି ନହେଲେ ଆନ୍ଦୋଳନ କରିବାକୁ ପ୍ରଶାସନକୁ ଚେତାବନି ଦେଇଛନ୍ତି । ନୁତନ କୁମ୍ଭାରଶାଳ ନିର୍ମାଣ କରିବା ସହ ପୂର୍ବରୁ ଥିବା କୁମ୍ଭାରଶାଳ ମରାମତି ହେଲେ ଏହି ଗ୍ରାମର ସମସ୍ତ କୁମ୍ଭାର ପରିବାର ଉପକୃତ ହେବେ ବୋଲି ପ୍ରଶାସନକୁ ଜଣାଇଛନ୍ତି ।