କୁମ୍ଭୀର ଆକ୍ରମଣ ଅଳ୍ପକେ ବର୍ତ୍ତିଲେ ମହିଳା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପୋଖରୀ ରେ ନିନି ଗୌଡ଼ ନାମ୍ନି ଜଣେ ମହିଳା କୁମ୍ଭୀର ଆକ୍ରମଣରେ ଆହତ ହୋଇଛନ୍ତି। ବୁଧବାର ଅପରାହ୍ନ ପ୍ରାୟ ୫ ଟା ରେ ଘଟଣା ଘଟିଛି। ନିନି ଗ୍ରାମର ସାଗର ପୋଖରୀ ତୁଠ ରେ ବସି ଲୁଗା ସଫା କରୁଥିବା ବେଳେ ଏକ କୁମ୍ଭୀର ତାଙ୍କ ବାମ ହାତ କୁ କାମୁଡି ପାଣି ମଧ୍ୟକୁ ଟାଣି ନେଇଥିଲା। ନିନି ପାଟି କରିବାରୁ ଆଖପାଖ ରେ ଥିବା କିଛି ଗ୍ରାମବାସୀ ସେଠାରେ ପହଞ୍ଚି ପୋଖରୀ ପାଣି ମଧ୍ୟରୁ ନିନି ଙ୍କୁ କୌଶଳ କ୍ରମେ ଉଦ୍ଧାର କରିଥିଲେ। ନିନି ଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଖବର ପାଇ ଦିଗପହଣ୍ଡି ବନ ବିଭାଗ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ , ବନପାଳ ସୋମନାଥ ମଲ୍ଲିକ,ବନରକ୍ଷୀ ବିରଞ୍ଚି କୁମାର ବିଶି,ନିନୀମଣି ନାୟକ ଏବଂ ସୁରଭି ପାଣିଗ୍ରାହୀ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମହିଳାଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଆବଶ୍ୟକ ଅଧିକା ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସମ୍ପର୍କରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକ ଙ୍କୁ ଅବଗତ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣା ପ୍ରଥମ ବୋଲି ଜଣାପଡିଛି । ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ପୋଖରୀ ରେ କୁମ୍ଭୀର ରହିଥିବା ନେଇ ଲୋକଙ୍କୁ ସଚେତନତା ପାଇଁ ସତର୍କ ସୂଚନା ସମ୍ବଧିତ ପ୍ଲା କାର୍ଡ ଲଗାଯିବା ସହ ପୋଖରୀ ପାଣି ରୁ କୁମ୍ଭୀର କୁ ଉଦ୍ଧାର କରାଯାଇ ଘୋଡ଼ାହାଡ଼ ଡ଼୍ୟାମ ରେ ଛଡାଯିବ ବୋଲି ରେଞ୍ଜର କହିଛନ୍ତି।