କୁରାଢ଼ିଘସାରେ ବନମହୋତ୍ସବ
ହାଟଡ଼ିହି, (ଓ୍ବାଇଏନ୍ଏସ୍) : କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ ଆନନ୍ଦପୁର ଆନୁକୁଲ୍ୟରେ କେନ୍ଦୁଝର ବଞ୍ଚାଅ ମଞ୍ଚ ଓ ଗ୍ରୀନ ଓଡିଶା ତରଫରୁ ପଢ଼ିଆରିପଲ୍ଲୀ ଗ୍ରାମ ପଞ୍ଚାୟତର କୁରାଢ଼ିଘସା ଠାରେ ବନମହୋତ୍ସବ ୨୦୨୦ ପାଳନ କରାଯାଇ ଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା ସାମାଜିକ ଦୁରତା ରକ୍ଷାକରି ବୃକ୍ଷରୋପଣ କରି ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ସୋସୋ ଥାନା ଅଧିକାରୀ ଗଗନ ବିହାରୀ ନାୟକ, ସରପଞ୍ଚ ନିରୁପମା ପାତ୍ର, ସମିତିସଭ୍ୟ ରାଜେନ୍ଦ୍ର ରାଉତ, ସମାଜସେବୀ ରାଜେନ୍ଦ୍ର ପାତ୍ର, ହଦଗଡ ବନାଞ୍ଚଳ ଅଧିକାରୀ ସୁମିତ୍ ମହାନ୍ତି, ବନରକ୍ଷୀ କେଦାର ପାତ୍ର, ଡମ୍ବରୁଧର ମହାନ୍ତ, ପ୍ରକୃତିବନ୍ଧୁ ଶିକ୍ଷକ ବିଶ୍ୱରଞ୍ଜନ ବେହେରା ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଓ ବୃକ୍ଷର ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଅଜାମ୍ବିଳ ବେହେରା, କେନ୍ଦୁଝର ବଞ୍ଚାଅ ମଞ୍ଚର ସଭାପତି ସୁନିଲ ପରିଡା, ଗ୍ରୀନ ଓଡିଶାର ସଭାପତି ସତ୍ୟବାନ ବେହେରା, ଗ୍ରୀନଓଡିଶାର ସମ୍ପାଦକ ସୌମ୍ୟ ରଞ୍ଜନ ବେହେରା, ଗୋପବନ୍ଧୁ ଯୁବକସଂଘର ସଭାପତି ସତ୍ୟନାରାୟଣ ବେହେରା, ଶିବପୟସାଦ ବେହେରା, ଦାମୋଦର ବେହେରା, ସିଦ୍ଦେଶ୍ୱର ଏସଏସଜି ଗୟୁପର ସଭାନେତ୍ରୀ ସୁବାସିନୀ ବେହେରା, ସମ୍ପାଦିକା ଦିପ୍ତୀମୟୀ ବେହେରାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଶେଷରେ କେନ୍ଦୁଝର ବଞ୍ଚାଅମଞ୍ଚର ସମ୍ପାଦକ ଗୌତ୍ତମ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।