କୁରିକି ପୋଲ ସୁରକ୍ଷା ବାଡା ବିପଦସଙ୍କୁଳ, ମରାମତି ପାଇଁ ଦାବି

ନାଉଗାଁ,(ୱାଇଏନ୍‌ଏସ୍‌): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତ କୁରିକି ଗାଁର ଗୋବରୀ ନଦୀ ଉପରେ ନିର୍ମାଣ ହୋଇଥିବା ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ପୋଲର ସୁରକ୍ଷା ବାଡା ଗୁଡିକ ଭାଙ୍ଗି ଯାଇଥିବାରୁ ଲୋକମାନେ ଯାତାୟତ କରିବାକୁ ଭୟ କରୁଛନ୍ତି । ସୂଚନା ମୁତାବକ ଉକ୍ତ ପୋଲ ନିର୍ମାଣ ହେବା ପୂର୍ବରୁ ଗ୍ରାମବାସୀ ନଦୀ ପାର ହେବା ପାଇଁ କାଠ ପୋଲ ଉପରେ ଯାତାୟତ କରୁଥିଲେ । ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତତ୍କାଳିନ ସରପଂଚ ପ୍ରଫୁଲ୍ଲ କୁମାର ଲେଙ୍କାଙ୍କ ପ୍ରଚେଷ୍ଠାରେ ଗୋବରୀ ନଦୀ ଉପରେ ଏକ କଂକ୍ରିଟ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ମୁତବାକ ଏହି ପୋଲଟି ପୂର୍ତ ବିଭାଗ ଦ୍ୱାରା ୧୯୯୨-୯୩ ଆର୍ôଥକ ବର୍ଷରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ୨୦୦୧ ମସିହାରେ କାର୍ଯ୍ୟ ଶେଷ ହୋଇଥିଲା । ଏହି ପୋଲ ନିର୍ମାଣ ହେବାର ଦୀର୍ଘ ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ପୋଲଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ପୋଲର ଉଭୟ ପାଶ୍ୱର୍ରେ ଥିବା ସୁରକ୍ଷା ବାଡା ଗୁଡିକ ଭାଙ୍ଗି ଗଲାଣି । ଆଉ କେଉଁଠି ପୋଲରୁ ରଡ ବାହାରି ଗଲାଣି ତ କେଉଁଠି ଗୋଡି ଉଠିଯାଇଛି । ଉକ୍ତ ପୋଲ ନିର୍ମାଣ ପୂର୍ତ ବିଭାଗ କରିଥିବା ବେଳେ ତଳେ ଯାଇଥିବା ଗୋବରୀ ନଦୀ ଡ୍ରେନେଜ ବିଭାଗ ଅଧିନରେ ରହିଛି । ଗ୍ରାମବାସୀଙ୍କ ଯାତାୟତର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉକ୍ତ ପୋଲକୁ ମରାମତି କରିବା ପାଇଁ ଇଶାନେଶ୍ୱର କ୍ଳବର ସଦସ୍ୟ ପବିତ୍ର ପଣ୍ଡା, ଅକ୍ଷୟ ସ୍ୱାଇଁ, ବିକାଶ ସ୍ୱାଇଁ, ନବଘନ ମଲ୍ଲିକ, ପ୍ରବୀର ସେଠୀଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏସଂର୍ପକରେ ତିରୁଣା ପଂଚାୟତର ସରପଂଚ ନିରୁପମା ଦାସଙ୍କୁ ପଚାରିବାରୁ ଉକ୍ତ ପୋଲର ମରାମତି ସଂର୍ପକରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେଣୁ ଆସନ୍ତା ଆର୍ôଥକ ବର୍ଷରେ ଏହାର ମରାମତି ଉପରେ ଦୃଷ୍ଟି ଦିଆଯିବ ବୋଲି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ