କୁରୁଜଙ୍ଗ ବିଦ୍ୟାଳୟରେ ନୂତନ ପାଠାଗାର ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନୂତନ ପାଠାଗାର ଶୁକ୍ରବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ୧୯୦୧ ମସିହାରେ ପ୍ରତିଷ୍ଠିତ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ସ୍କୁଲ ଭାବେ ପରିଗଣିତ ଏହି ବିଦ୍ୟାଳୟର ପୁର୍ବତନ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ନାୟକଙ୍କ ସ୍ମୃତିରେ ଏହି ପାଠାଗାର ନିର୍ମାଣ କରାଯାଇଛି। ପୁର୍ବତନ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ନାୟକଙ୍କ ସୁପୁତ୍ର ତଥା ସ୍କୁଲର ପୁରାତନ ଛାତ୍ର ଥିବା ଏବଂ ଏବେକାର ରାଜ୍ୟ ସରକାରଙ୍କ ଲୋକାୟୁକ୍ତ ସଭ୍ୟ ଜଷ୍ଟିସ ବିଜୟ କୁମାର ନାୟକଙ୍କ ସହଯୋଗ ବଳରେ ଏବଂ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଯୋଜନାରେ ୬ ଲକ୍ଷ ଟଙ୍କା ବ୍ୟୟରେ ପାଠାଗାର ନିର୍ମାଣ ସହ ପାଠ୍ୟ ପୁସ୍ତକ ଓ ଉପକରଣ ଦ୍ଵାରା ସୁସଜ୍ଜିତ ନୂତନ ପାଠାଗାର ଛାତ୍ରଛାତ୍ରୀ ଓ ସ୍ଥାନୀୟ ପାଠକ ମାନଙ୍କ ନିମନ୍ତ୍ରେ ଶୁଭାରମ୍ଭ କରାଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ପଙ୍କଜିନି ଦେଇଙ୍କ ତତ୍ତ୍ଵାବଧାନରେ ଆୟୋଜନ ହୋଇଥିବା ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ, ଲୋକାୟୁକ୍ତ ସଭ୍ୟ ଜଷ୍ଟିସ ବିଜୟ କୁମାର ନାୟକ, କାକଟପୁର ବିଡିଓ ତୁଷାର ଜ୍ୟୋତି ରଞ୍ଜନ, ତହସିଲଦାର ବିରଞ୍ଚି ନାରାୟଣ ବେହେରା, ଶିକ୍ଷା ଅଧିକାରୀ ମନ୍ଦୋରଧର ମହାନ୍ତି, ଅମରେଶ୍ୱର ନାୟକ ପ୍ରମୁଖ ଯୋଗ ଦେଇ ମୋ ସ୍କୁଲ ଯୋଜନାର ପରିକଳ୍ପନା, ଉପକାରିତା ଓ ସହଭାଗିତା ଉପରେ ଆଲୋକପାତ କରିଥିଲେ। ପାଠାଗାର ଶିକ୍ଷା ଓ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକତା ବୋଲି ଅତିଥି ମାନେ ମତପୋଷଣ କରିଥିଲେ। କ୍ଲଷ୍ଟର ସଂଯୋଜିକା ସସ୍ମିତା ତ୍ରୀପାଠୀ ମଞ୍ଚ ସଂଯୋଜନା କରିଥିବା ବେଳେ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଚିତ୍ରାନନ୍ଦ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଦୀପ୍ତି କୁମାରୀ ମହାନ୍ତି, ସିଆରସିସି ଦେବାଶିଷ ବାହିନୀପତି, ଶିକ୍ଷକ ପଙ୍କଜ ବିଶ୍ବାଳ, ମୋ ସ୍କୁଲ୍ ସମ୍ପାଦକ ବିଜୟ ପାଢ଼ୀ, ସ୍କୁଲ କମିଟି ସଭାପତି ଶିବରାମ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ। ଏହି ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ