କୁଲଣା ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ଠାରେ ମାସ୍କ ବଣ୍ଟନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ବିଶୋଳ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ଠାରେ ଆଜି ଏକ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ହାତପାଣ୍ଠିରୁ ବିଦ୍ୟାଳୟରେ ଅଧ୍ୟୟନରତ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ପ୍ରତିନିଧି ପ୍ରୟାସକାନ୍ତି ସାମଲଙ୍କ ନିର୍ଦ୍ଦେଶକ୍ରମେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ବିଦ୍ୟାଳୟ ଠାରେ ପହଞ୍ଚି ବିଦ୍ୟାର୍ଥୀ ମାନଙ୍କୁ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ରାଜେନ୍ଦ୍ର ଖଣ୍ଡାଇ, ଯୁବନେତା ଲକ୍ଷ୍ମୀଧର ସାହୁ, ରାଧାକାନ୍ତ ଦାସ, ସଂଜୀବ ରାଉତ, ରାଜେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।


