କୁଲତା ଓ ଭୁଲିଆ ସମାଜକୁ ସରକାରଙ୍କର ଜାଗା ଓ ଅନୁଦାନ ସ୍ୱାଗତଯୋଗ୍ୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଲତା ସମାଜ ଓ ଭୁଲିଆ ସମାଜକୁ ପୁରୀ ଓ ଭୁବନେଶ୍ୱରରେ ଧର୍ମଶାଳା ଓ ଅତିଥି ଭବନ କରିବା ପାଇଁ ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସ୍ୱାଗତ କରୁଛି । ଯାଦବ ସମାଜ ସମେତ ଅନ୍ୟ ଜାତିମାନଙ୍କୁ ରାଜ୍ୟ ସରକାର ସେହିଭଳି ଜମି ଓ ଆର୍ôଥକ ଅନୁଦାନ ସେମାନଙ୍କ ଅତିଥି ଭବନ ନିର୍ମାଣ ପାଇଁ ଯୋଗାଇ ଦେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏହା ଫଳରେ ରାଜଧାନୀ ଭୁବନେଶ୍ୱର ତଥା ପୁରୀକୁ ଏହି ଜାତିର ଲୋକମାନେ ଆସି ରହିବା ପାଇଁ ସୁବିଧା ହୋଇପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, ଅତୀତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡ଼ି ସଂସଦୀୟ ଦଳ ତରଫରୁ ଗତବର୍ଷ ପାର୍ଲାମେଣ୍ଟ ସମୟରେ ମାନ୍ୟବର ସାଂସଦମାନେ ଭେଟି ଜାତି ଜନଗଣନା କରିବା ପାଇଁ ଦାବିପତ୍ର ଦେଇଥିଲେ । କିନ୍ତୁ ଭାରତ ସରକାର ଏପର୍ଯ୍ୟନ୍ତ ଜାତି ଜନଗଣନାକୁ ଏଡ଼ାଇ ଆସୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଜାତି ଜନଗଣନା କରିବା ପାଇଁ ରାଜ୍ୟ ପଛୁଆବର୍ଗ କମିଶନଙ୍କୁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ବିଧାନସଭାରେ ମଧ୍ୟ ସର୍ବସମ୍ମତଭାବେ ଜାତି ଜନଗଣନା ପାଇଁ ପ୍ରସ୍ତାବ ଅନୁମୋଦିତ କରାଯାଇଥିଲା । କିନ୍ତୁ ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ଜାତି ଜନଗଣନା ଆରମ୍ଭ ହୋଇପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ