କୁଲାଙ୍ଗୀ ଗ୍ରାମରେ ଚୋରି ଘଟଣାରେ ୧୧ ଗିରଫ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତ ୨୨ ତାରିଖ ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମରେ ଘଟିଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାସ୍ କରିଛି ଗାଙ୍ଗପୁର ପୋଲିସ୍ ଓ ଗତ ୨୩ ତାରିଖରେ ଚୋରି ସମ୍ପର୍କରେ ଗାଙ୍ଗପୁର ପୋଲିସ୍ ୫୫୪/୨୧ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ବେଳେ ଆଜି ଘଟଣାରେ ସମ୍ପୃକ୍ତ ୧୦ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଚୋରି ଯାଇଥିବା ବିଭିନ୍ନ ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଜବତ କରିଥିବା ସୂଚନା ମିଳିଛି ଓ ପୋଲିସ୍ ଗିରଫ ବ୍ୟକ୍ତିଙ୍କ ଠାରୁ ଆଠ ଗୋଟି ସୁନା ମୁଦି, ଗୋଟିଏ ସୁନା ଚେନ୍,ଗୋଟିଏ ଖାସୁ ମାଳି,ତିନି ହଳ ରୂପା ପାଉଁଜି ଜବତ କରିଛି ଓ ଏହି ଚୋରି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ବ୍ରାହ୍ମଣଦେଇପୁରର ସୋମନାଥ ପାତ୍ର (୫୦),ରଙ୍ଗାବାଲିର ଆନନ୍ଦ ପାତ୍ର ୨୫,ସୁରେନ୍ଦ୍ର ପାତ୍ର (୫୨),ବଜରଗୁମ୍ମାର କେ. ଟିଙ୍ଗିରି ଓରଫ କେ. ଧର୍ମେନ୍ଦ୍ର(୨୨), ପୁଷ୍ପନଗରର ଟୁକୁନା ପାତ୍ର(୨୫), ଖୋର୍ଦ୍ଧା ଜିଲ୍ଳା କରଡାପଲ୍ଲୀର ରାଜୁ ପ୍ରଧାନ (୩୦),ମୁନା ପ୍ରଧାନ(୧୬), ସୁଜନ ପ୍ରଧାନ(୧୬), ଆସ୍କା ସନେଇଗୁଡାର ଯୁଧିଷ୍ଠିର ପାତ୍ର (୩୫),ଯାଜପୁର ଜିଲ୍ଳା ବଡ଼ଚଣାର ଶିବ ପ୍ରଧାନ (୧୬) ଏବଂ ଆସ୍କା ସୁନା ମୁନି ସାହିର କେ ସୂର୍ୟ୍ୟ ନାରାୟଣ ଆଚାରୀ (୪୫) ଓ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା କଥା ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ସୂଚନା ଦେଇଛନ୍ତି ଓ


