କୁଲାଡ ଏନ୍ୟୁପିଏସ୍ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ କୁଲାଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ସିମାଞ୍ଚଳ ସାହୁ ଅବସରପ୍ରାପ୍ତ କନିଷ୍ଠ ସେନା ଅଧିକାରୀ ତଥା ଶିକ୍ଷା ସ୍ଵେଚ୍ଛାସେବୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟ ନାୟକ, ମୁଖ୍ୟ ବକ୍ତା ଭାବେ ଗୋଲାପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ସେଠୀ, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଭି. ସଂଯୁକ୍ତା ରାଜୁ, କୁଲାଡ କ୍ଲଷ୍ଟର ସାଧନ ସଂଯୋଜକ ଅବିନାଶ ପଣ୍ଡା ଏବଂ ପୂର୍ବତନ କ୍ଳଷ୍ଟର ସଂଯୋଜକ ସୁନୀଲ କୁମାର ପାଣି ଉପସ୍ଥିତ ରହି ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ଜୀବନ ଧାରଣ ରେ ଏହାର ଗୁରୁତ୍ତ୍ଵ ଓ ମାନଦଣ୍ଡ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ବଡମୁଣ୍ଡୀ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ କୁଲାଡସ୍ଥିତ କବି ସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଗୌରୀ ନନ୍ଦନ ହୋତା ଯୋଗଦାନ ପୂର୍ବକ ଆୟୋଜିତ ଆମ ସଂସ୍କୃତି ଓ ଆମ ଖେଳନା, ଗଣିତ ଓ ବିଜ୍ଞାନ କ୍ଳବ୍, ଚଳିତ ବର୍ଷ ବିଦ୍ୟାଳୟ ରେ ଅନୁଷ୍ଠିତ ସ୍ବାସ୍ଥ୍ୟ ଓ ସୁସ୍ଥତା, ଶିକ୍ଷା ଉପକରଣ, ନିପୁଣ ମେଳା, ସୁରକ୍ଷା ଓ ନିରାପତ୍ତା ଇତ୍ୟାଦି ଷ୍ଟଲ ର ଉଦଘାଟନ କରିବା ପୂର୍ବକ ପରିଦର୍ଶନ କରି ଭୂୟସୀ ପ୍ରଶଂସା କରିଥିଲେ। ପଞ୍ଚସଖା ସେତୁ ଯୋଜନାରେ ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆମ ଲୋକକଳାର ଶ୍ରୀ ବୃଦ୍ଧି ନିମନ୍ତେ ପଦ୍ମନାଭ ପାଣ୍ଡବ ବୀଣାକାର ନୃତ୍ୟ ପ୍ରଦର୍ଶନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ତ୍ଵ ହାସଲ କରିଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରାଯିବା ସହ ପାଚିକା ତଥା ପାଚିକା ସହାୟିକା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷାର୍ଥୀମାନଙ୍କ ଦ୍ବାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶିକ୍ଷାର୍ଥୀ, ବିଦ୍ୟାଳୟ ପରିଚାଳନା କମିଟି, ପିତାମାତା ଓ ଅଭିଭାବକ ତଥା ଗ୍ରାମବାସୀ ମନଭରି ଉପଭୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ପ୍ରତିଟି କାର୍ଯ୍ୟକ୍ରମକୁ ସର୍ବାଙ୍ଗ ସୁନ୍ଦର ଭାବେ ପରିଚାଳନା କରିଥିଲେ । ଭଞ୍ଜନଗର ବ୍ଳକ ର କ୍ଲଷ୍ଟର ସଂଯୋଜକ ବିଭୂ ପ୍ରସାଦ ମହାପାତ୍ର, ଦ୍ବିତୀକୃଷ୍ଣ ଲେଙ୍କା, ସୁଜିତ ଗୌଡ, ଅଜିତ ଗୌଡ, ଗଣେଶ୍ଵର ବେହେରା ଏବଂ ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ ପୂର୍ବକ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ରଥ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଦେବୀ ପ୍ରସାଦ ଦାଶ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ