କୁଲାଡ ରଥଯାତ୍ରାରେ ଭକ୍ତଙ୍କ ସମାଗମ

ଭଞ୍ଜନଗର,(ସନ୍ତୋଷ ଜେନା):କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ତଥା ଭଞ୍ଜ ରାଜବଂଶ ଦ୍ୱାରା ସ୍ଥାପିତ ହୋଇଥିବା କୁଲାଡ ଜଗନ୍ନାଥ ମନ୍ଦିରରେ ରବିବାର ସଂଧ୍ୟାରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜଣାପଡିଛି । ଭଞ୍ଜ ରାଜବଂଶର ରାଜା ପ୍ରଶାନ୍ତ ଭଞ୍ଜ ସନ୍ଧ୍ୟାରେ ରଥରେ ଛେରା ପହଁରା କରିବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଦେବୋତ୍ତର ବିଭାଗ ପକ୍ଷରୁ ଏହି ଯାତ୍ରା ପାଳିତ ହେଉଛି। ତେଣୁ ଭଞ୍ଜନଗର ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀ ଏବଂ ତହସିଲଦାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାତ୍ରା ଅନୁଷ୍ଟିତ ହୋଇଥିଲା। ଏହି ସମୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ଠିକ ଭାବେ ପରିଚାଳନା କରିବାପାଇଁ ଭଞ୍ଜନଗର ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସେହିଭଳି ଭଞ୍ଜନଗର, ଭେଜିପୁଟ,ବଡକୋଦଣ୍ଡା,ପ୍ରମୁଖ ସ୍ଥାନରେ ରଥଯାତ୍ରା ପାଳିତ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ