କୁଲେଇଗଡ ପଞ୍ଚାୟତ କ।ର୍ଯ୍ୟ।ଳୟ ରେ ତାଲା ପକାଇଲେ ଚାଷୀ
କୁଚିଣ୍ଡା, (ଯୁଗାଦ୍ଦନ୍ୟୁଜ)- କୁଚିଣ୍ଡା ଉପଖଣ୍ଡ ରେ ୨୦୧୮ମସିହାରେ ଭୟାବହ ମରୁଡି ହୋଇଥିବା ବେଳେ ଏହା ର କ୍ଷତି ପୂରଣ ଦାବି ରେ ଶୁକ୍ରବାର କୁଚିଣ୍ଡା ଚାଷି ସଂଘ କୁଚିଣ୍ଡା ବ୍ଲକ କୁଲେଇଗଡ଼ ପଞ୍ଚାୟତ କ।ର୍ଯ୍ୟ।ଳୟ ରେ ଅନିର୍ଦିଷ୍ଟ କାଳ ପାଇଁ ତାଲା ପକାଇଛନ୍ତି ଚାଷୀ । ସୂଚନାଅନୁସାରେ ବୀମା ଜନିତ ରାଶି ପାଇବା ଦାବିରେ କୁଚିଣ୍ଡା ଚାଷୀ ସଂଘ ବାରମ୍ବାର ଆନ୍ଦୋଳନ କରିଆସୁଥିଲେ ହେଁ କୌଣସି ସୁଫଳ ନଥିଲା । ଫଳରେ କୁଚିଣ୍ଡା ବ୍ଲକ ଚାଷୀ ସଂଗଠନ ଶୁକ୍ରବାର ଠାରୁ ଅନିର୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ଏହି ଆନ୍ଦୋଳନ ରେ କୁଚିଣ୍ଡା ଚାଷୀ ସଙ୍ଗଠନ ଆବାହକ କୁଷଧ୍ଵଜ ଚୌଧୁରୀ, ସଂଜୀବ କୁମାର ପଟେଲ, ଅନ୍ତର୍ୟ୍ୟାମୀ ପଣ୍ଡା, ନବୀନ କୁମାର ପଟେଲ ଉପସ୍ଥିତ ରହିଥିଲେ ।