କୁଲେଇଶିଳାରେ ପେସା ଗ୍ରାମସଭା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର କୁଲେଇଶିଳା ପଞ୍ଚାୟତର ଛତ୍ରମଣ୍ଡଳ ଗ୍ରାମରେ ରବିବାର ଦିନ ପେସା ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ମାନଙ୍କର ମୌଳିକ ଅଧିକାର, ଉନ୍ନତି, ଜଙ୍ଗଲ,ଜଳ,ଜମି ନେଇ ସରକାର ଯୁଗାନ୍ତକାରୀ ପେସା ଆଇନ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲା ପେସା ଗ୍ରାମସଭା କୋଡିନେସନ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ରବିବାର ଦିନ ଛତ୍ରରମଣ୍ଡଳ ଠାରେ ଆୟୋଜିତ ସଭାରେ ରାଉରକେଲା ସଭାପତି ପାଣ୍ଡୁରାମ ହେମ୍ବ୍ରମ, ସମ୍ମାନିତ ଅତିଥି ସଂପାଦକ ନୁନାରାମ ମୁର୍ମୁ,, ଉପସଭାପତି ସାଓ୍ବନ ବାସ୍କେ,ରାସଗୋବିନ୍ଦପୁର ବ୍ଲକର ସୁରେନ୍ଦ୍ର ସୋରେନ,ସାର କଣା ବ୍ଳକର କୋଟି ଅର୍ଡିନେଟର ପହଂଚୁ ଟୁଡୁ, ବଡ଼ସାହି ବ୍ଳକ କୋ-ଅର୍ଡିନେଟରର ଦୁଲାରାମ ମୁର୍ମୁ,, ସଂପାଦକ ବିରାମ ମାଝୀ ,ବାରିପଦା ବ୍ଳକ କୋ ଅର୍ଡିନେଟର ଜୟରାମ ମାରାଣ୍ଡି,ବିଜାତଳା ବ୍ଳକ କୋଟି ଅର୍ଡିନେଟର ରଘୁନାଥ ସିଂ,ମାତୁରାମ ମାରାଣ୍ଡି, ନାଉପଢା ପୀଢ଼ି ସଂପାଦକ ଅର୍ଜୁନ ହାଁସଦା, ସଂପାଦକ ଲକ୍ଷ୍ମଣ ଟୁଡୁ ପେସା ଆଇନ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପେସା ଆଇନର (ଜେ) ଧାରା ନିୟମ ଅନୁଯାୟୀ କ୍ଷୁଦ୍ର ଜଳାଶୟ ପାଇଁ ଯୋଜନା ଓ ପରିଚାଳନା ଦାୟିତ୍ଵ ପଂଚାୟତକୁ ଦିଆଯିବା ଏବଂ ପେସା (ଏବଂ) ଧାରା ଅନୁଯାୟୀ ଲଘୁ ଖଣିଜ ଦ୍ରବ୍ୟର ଉପଯୋଗ କ୍ଷେତ୍ରରେ ମଂଜୁରୀ ପାଇଁ ପଲ୍ଲୀ ସଭାର ସୁପାରିଶ ବାଧ୍ୟତାମୂଳକ ବୋଲି ବକ୍ତାମାନେ ଉପସ୍ଥିତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଶ୍ରମିକ ନେତା ଲକ୍ଷ୍ମଣ ଟୁଡୁ ଗୋରୁମହିଷାଣୀ ଲୌହଖଣି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ମିଳୁଥିବା ସହାୟତା ଓ ବିକାଶ ନେଇ ଆଲୋଚନା କରିଥିଲେ । ଫଳରେ ସର୍ବସମ୍ମତିକ୍ରମେ ଛତ୍ରମଣ୍ଡଳ ପେସା କମିଟିର ସଭାପତି ଭାବେ ରଘୁନାଥ କିସ୍କୁ,, ସଂପାଦକ ସାଲଖାନ ମୁର୍ମୁ, ଓ ମାଝୀ ବାବା ଭାବେ ସାଲଖୁ ସୋରେନଙ୍କୁ ଚୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ