କୁଲେଇଶିଳା ସଙ୍ଗରୋଧ ଗୃହକୁ ଜିଲ୍ଲା ପ୍ରଶାସନ ତଦାରଖ କମିଟି ପରିଦର୍ଶନ
ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ):ମହାମାରୀ’ କରୋନା’ ପାଇଁ ଚାରିଆଡେ ଲକ୍ ଡାଉନ୍ ।ହେଲେ ପତିତ,ଅନାଥ, ଭୂମିହୀନ, ଭିକାରୀ,ଅଜଣା ଲୋକ,ପ୍ରବାସୀ ଶ୍ରମିକ, ଅସହାୟ ଲୋକମାନଙ୍କ ଯେପରି ଅସୁବିଧାରେ ନ ପଡନ୍ତି ସେମାନଙ୍କ ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ କିମ୍ବା ବିଦ୍ୟାଳୟରେ ଏକ ସଙ୍ଗରୋଧ ଅସ୍ଥାୟୀ ଆଶ୍ରୟସ୍ଥଳ ରାଜ୍ୟ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି ।ଏଥିରେ ସରପଞ୍ଚ ଏବଂ ପିଇଓଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି । ପ୍ରତ୍ୟେକ ପଞ୍ଚାୟତ କୁ ସେଥିପାଇଁ ୫ଲକ୍ଷ ଟଙ୍କାର ଅର୍ଥ ରାଶି ମଂଜୁର କରାଯାଇଛି । ସଙ୍ଗରୋଧ ପରିଚାଳନା କମିଟି ପିଡିତା ମାନଙ୍କୁ ସ୍ବୟଂ ସହାୟିକା ଗୋଷ୍ଠୀ ସହିତ ମିଶି ରନ୍ଧା ଖାଦ୍ୟ ପରିବେଷଣ କରିବେ । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁଲେଇଶିଳା ପଞ୍ଚାୟତ ତରଫରୁ କୁଲେଇଶିଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଙ୍ଗରୋଧ ଗୃହ ବ୍ୟବସ୍ଥା କରାଯାଇଛି ।ଏଥିରେ ଅଂଚଳର ଅନାଥ, ଅସହାୟ, ଭୂମିହୀନ,ଅଜଣା ବେସାହାରା ୪୦ରୁ ଉର୍ଦ୍ଧ୍ବ ଲୋକ ରହିଛନ୍ତି ।କୁଲେଇଶିଳା ସରପଞ୍ଚ ରାମଚନ୍ଦ୍ର ନାଏକ,ଯୁବ ସମାଜସେବୀ ଲକ୍ଷ୍ମଣ ଟୁଡୁ,ପିଇଓ, ଓ ମା’ଅନ୍ନପୁର୍ଣା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ମିଳିତ ପ୍ରଚେଷ୍ଟାରେ ଅସହାୟ ମାନଙ୍କୁ ଦୁଇ ଓଳି ରନ୍ଧା ଖାଦ୍ୟ ଏବଂ ଜଳଖିଆ ମାଗଣାରେ ଦେଉଛନ୍ତି ।ଏହି ସଙ୍ଗରୋଧ ଗହଳ ପରିଚାଳନା ପାଇଁ ସୋମବାର ଦିନ ଜିଲ୍ଲା ପ୍ରଶାସନ ତରଫରୁ ଚଞ୍ଚଳ ରଣା (ଆଇଏ ଏସ), ରାଇରଙ୍ଗପୁର ବିଡ଼ିଓ ରୀତା ଡାଙ୍ଗ, ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମହାନ୍ତ,ପିଇଓ ଅନିଲ ମହାନ୍ତ,ଏପିଓ ସାଧନା ଜେନା ପ୍ରମୁଖ ଉକ୍ତ ସ୍ଥାନରେ ପହଞ୍ଚି ତଦାରଖ କରିଥିଲେ । ରୋଷେଇ ଘର, ଖାଦ୍ୟ ର ମାନ, ପରିଷ୍କାର, ପରିଚାଳନା କମିଟି ତରଫରୁ ଓ ପିଡିତାଙ୍କ ପ୍ରତି ବ୍ୟବହାର,ହିସାବ ଯାଞ୍ଚ ଦେଖିଥିଲେ ।ପିଡିତା ମାନଙ୍କ ସହିତ ଆଲୋଚନା କରିଥିଲେ । ସବୁକିଛି ତଦାରଖ ପରେ ପରିଚାଳନା କମିଟିର ସଦସ୍ୟ ଲକ୍ଷ୍ମଣ ଟୁଡୁ, ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା,ଏବଂ ତାଙ୍କ ସହଯୋଗୀ ମାନଙ୍କ କାର୍ଯ୍ୟଶୈଳୀକୁ ଦେଖି ସେମାନଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ ।