କୁଳମଣୀ ସୁନ୍ଦରାୟଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଧୋୟା ଅଞ୍ଚଳର ସମ୍ଭାନ୍ତୀୟ ଗାଁ ଅଣ୍ଢରା ସୁନ୍ଦରରାୟ ବଂଶର ମଉଡମଣି, କୁଳମଣୀ ସୁନ୍ଦରାୟଙ୍କ ଏକାଦଶହ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ୧୫ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ପ୍ରଫେସର ନିର୍ମଳ ଚନ୍ଦ୍ର ବିଶ୍ୱାଳ, ବିଜୁ ଜନତା ଦଳ ଶ୍ରମିକ ସେଲ୍ର ରାଜ୍ୟ ସାଧାରଣ ସମ୍ପାଦକ ଡଃ. ଗଦାଧର ମଲ୍ଲିକ, ଅଣ୍ଢରା ସରପଞ୍ଚଅନ୍ନପୂର୍ଣ୍ଣା ମଲ୍ଲିକ, ପ୍ରାକ୍ତନ ସରପଞ୍ଚ ବସନ୍ତ ସ୍ୱାଇଁ, ଅମୃତମଣୋହି ସରପଞ୍ଚ କୂଳମଣୀ ମଲ୍ଲିକ, ତରଡିପାଳ ସରପଞ୍ଚ ପ୍ରିୟଦର୍ଶନୀ ତରାଇ, ପ୍ରାକ୍ତନ ସରପଞ୍ଚକୈଳାସ ସେଠୀ, ଧନେଶ୍ୱର ପ୍ରଧାନ, ଶିକ୍ଷାବିତ୍ ରାଜକୁମାର ବିଶ୍ୱାଳ, ଅବସରପ୍ରାପ୍ତ ଶ୍ରମ ଆୟୁକ୍ତ ଦୀପକ କୁମାର ମଲ୍ଲିକ, କବି ନୃସିଂହ ରାଉତ, ନାରାୟଣ ବିଶ୍ୱାଳ, ପ୍ରାକ୍ତନ ସମିତି ସଭ୍ୟ ଅଭୟ ସ୍ୱାଇଁ, ନୂଆପଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥସାରଥି ଦାଶ, ବଜାଜ ଆଲିଆଞ୍ଜ କ୍ଷେତ୍ରୀୟ ପରିଚାଳକ (ବୀମା) ଅକ୍ଷୟ ଚୈାଧୁରୀ, ଶିଳ୍ପଦ୍ୟୋଗୀ ରବିନ୍ଦ୍ର କୁମାର ପରିଡା ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ଦିବଂଗତ ସୁନ୍ଦରାୟଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ, ସ୍ପଷ୍ଟ ବାଦିତା, ସ୍ନେହପୂର୍ଣ୍ଣ ଅଚରଣ ଆଦି ବହୁମୁଖୀ ଗୁଣାବଳୀ ବର୍ଣ୍ଣନା କରିଥିଲେ । କୂଳମଣୀ ସୁନ୍ଦରାୟ ସ୍ମୃତି ସଂସଦ ଦ୍ୱାରା ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସମାଜସେବୀ ବସନ୍ତ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ବାପି ବାରିକ୍ ଏବଂ ତାଙ୍କ ସହଯୋଗୀ ପାରମ୍ପରିକ ଭଜନ ଗାନ କରିଥିଲେ । ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶ୍ରଦ୍ଧାସୁମନ ଅର୍ପଣ, ନୀରବ ପ୍ରର୍ଥନା ଓ ଶରୀର ଭେଦ ଗାନ କରିଥିଲେ ସୁଧାଶୁଂ ଦାସ । ସୁନ୍ଦରାୟ ପରିବାର ପକ୍ଷରୁ ମଞ୍ଚାସୀନ ଅତିଥି ଓ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧିମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସନାତନ ସୁଶାନ୍ତ ସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଅମିତ ସାହୁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମାନସ ସାମଲ, ଆଳିର ବିଜେଡି ନେତା ଭୀଷ୍ମ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷ ଶୁସାନ୍ତ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନ, ପଟ୍ଟାମୁଣ୍ଡାଇ ନଗର ଯୁବ ବିଜେଡି ସଭାପତି ମିଟୁ ମନୋଜ ନାୟକ, ସାମ୍ବାଦିକ ନରେନ୍ଦ୍ର ଧଳ, ଶିକ୍ଷାବିତ୍ ରଞ୍ଜିତ ରାଉତ, ସମବାୟବୀତ୍ ଉଲ୍ଲାସ ଚନ୍ଦ୍ର ମଲ୍ଲିକ, ସମିତି ସଭ୍ୟା ବବିତା ମଲ୍ଲିକ, ମନୋରମା ଭୂୟାଁ, ସମ୍ବିତ ଶ୍ରୀଚନ୍ଦନ, ଯୁବନେତା ଜ୍ୟୋତିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସୁନ୍ଦରରାୟଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରତିକୂଳପାଗ ସତ୍ତ୍ୱେ ଅଦ୍ଭୁତ ପୂର୍ବ ଜନସମାଗମ ସୁନ୍ଦରାୟଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରିଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରାକ୍ତନ ସରପଞ୍ଚ ସଞ୍ଜୟ ମଲ୍ଲିକ, ଉପେନ୍ଦ୍ର ମଲ୍ଲିକ, ଜନ୍ମେଞ୍ଜୟ ମଲ୍ଲିକ, ମଣ୍ଟୁ ସ୍ୱାଇଁ, ବିଶ୍ୱଜିତ୍ ମହାନ୍ତି, ସନ୍ତୋଷ ମଲ୍ଲିକ, ନୟନ ରାଉତ, ନିର୍ମଳ ନାୟକ, ମଣ୍ଟୁ ରାଉତ, ଅବିନାଶ ଧଳ, ବିଜୟ ମଲ୍ଲିକ, ବିନୟ ମଲ୍ଲିକ, ପ୍ରମୋଦ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।


