କୁଳିଅଣା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ମଧୁସ୍ମିତା ମହାନ୍ତି
ବାଙ୍ଗିରୀପୋଷୀ, ( ଶିବ ଶଙ୍କର ମାନ୍ନା ): କୁଳିଅଣା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ମଧୁସ୍ମିତା ମହାନ୍ତି। ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ ଥାନାରେ କାର୍ଯ୍ୟ ରତ ଅଧିକାରୀ ଙ୍କ ମଧ୍ୟରେ ବଦଳି କରାଯାଇଛି। ଶ୍ରୀ ମତି ମହାନ୍ତି ପୂର୍ବରୁ ବାରିପଦା ସଦର ଥାନାରେ କାର୍ଯ୍ୟ ରତ ଥିଲେ। କାର୍ଯ୍ୟ ରେ ଯୋଗ ଦେବାପରେ ବିଭିନ୍ନ ମହଲରୁ ଆସି ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଧରା ଅଭିଯାନ ଚାଲିଥିବା ବେଳେ ନୂତନ ଥାନା ଅଧିକାରୀ ଯୋଗ ଦାନ ଦିନ ବାଲି ଟ୍ରାକ୍ଟର ଧରିବାରେ ସଫଳ ହୋଇଛୀ କୁଳିଅଣା ପୋଲିସ।