କୁଳିପୋଷି ଠାରେ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ଯାତ୍ରା

କରଞ୍ଜିଆ,(ଜିତେନ୍ଦ୍ର ରାଜ):’ଅପରେସନ ସିନ୍ଦୂର’ରେ ଭାରତୀୟ ସେନାଙ୍କ ପରାକ୍ରମକୁ ସମ୍ମାନ ଜଣାଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କ ରେ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହେଉଅଛି । ଏହି ପ୍ରରିପେକ୍ଷୀ ରେ କରଞ୍ଜିଆ ବ୍ଲକର କୁଳିପୋଷି ଠାରେ ବିଜେପିର ଗ୍ରାମୀଣ ମଣ୍ଡଳ ସଭାନେତ୍ରୀ ସୁନାମଣୀ ହୋଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି, କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲାସଭାପତି କୃପାସିନ୍ଧୁ ମହାନ୍ତ, କୁଳିପୋଷି ସରପଞ୍ଚ ସୁକୁମତି ସର୍ଦାର, ବରିଷ୍ଠ ନେତା ଗମ୍ହା ସିଂ,ତୁକାରାମ ମହାନ୍ତଙ୍କ ସମେତ ଶତାଧିକ ଲୋକ ହାତରେ ତ୍ରିରଙ୍ଗା ପତାକା ଧରି ଅପରେସନ ସିନ୍ଦୂରର ଜୟଧ୍ୱନି, ଭାରତୀୟ ସେନା ବାହିନୀର ଜୟଧ୍ୱନି, ଭାରତ ମାତାଙ୍କ ଜୟଗାନ ସ୍ଲୋଗାନ ଦେଇ କୁଳିପୋଷି ଓ କାଦଡିହା ଗ୍ରାମ ପରିକ୍ରମା କରିଥିଲେ, କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ