କୁଳ ଲଙ୍ଘୁଛି ବଙ୍ଗୋପସାଗର : ଧୋଇଯିବ ମେରାଇନ୍ ଡ୍ରାଇଭ୍ ରାସ୍ତା 

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-ଓଡ଼ିଶା ପର୍ଯ୍ୟଟନ ସ୍ୱର୍ଣ୍ଣ ତ୍ରିଭୁଜର ଅନ୍ୟତମ ଆକର୍ଷଣ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା । ପ୍ରାକୃତିକ ପରିବେଶ, ଝାଉଁବଣ, ନଦୀ ଓ ସମୁଦ୍ରର ମିଳନ ସ୍ଥଳି ଲକ୍ଷ ଲକ୍ଷ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ବୁଲିବା ମଜା ଉପଭୋଗ, ବଣଭୋଜି ହେଉ ଅବା ଲଙ୍ଗ ଡ୍ରାଇଭର ମଜା ନେବା ସହ କୋଣାର୍କ ପୁରୀ ବୁଲି ଆସିବା ଓ ସମୁଦ୍ର ସ୍ନାନ କରିବା ସହ ସାଧାରଣ ଲୋକଙ୍କ ଗମନାଗମନ ଓ ଯାତାୟାତ ପାଇଁ ଏହି ସଡକ ଉପରେ ଦୈନିକ ଲକ୍ଷ ଲକ୍ଷ ଲୋକ ନିର୍ଭର କରନ୍ତି। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସଲଂଗ୍ନ ସମୁଦ୍ର ତଥା ବଙ୍ଗୋପସାଗର କରାଳ ରୂପ ଧରି ଧ୍ବଂସାଭିମୁଖୀ ହୋଇ ସ୍ଥଳ ଭାଗକୁ ମାଡ଼ି ଆସୁଛି । ବିଶ୍ୱ ତାପମାନ ପ୍ରଭାବ ହେତୁ ସମୁଦ୍ରରେ ଜଳସ୍ତର ବୃଦ୍ଧି, ବିଭିନ୍ନ ସମୟରେ ଲଘୁଚାପ, ବାତ୍ୟା ଓ ପ୍ରବଳ ପବନ ଯୋଗୁଁ ଉଚ୍ଚ ଲହଡ଼ି ହୋଇ ଭୟଙ୍କର ରୂପ ନେଇ କୁଳ ଲଙ୍ଘୁଛି ବଙ୍ଗୋପସାଗର । ଯାହା ଫଳରେ ଆଗାମୀ କେତେ ଦିନ ମଧ୍ୟରେ ଧୋଇଯିବ ମେରାଇନ୍ ଡ୍ରାଇଭ୍ ରାସ୍ତା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।  ମେରାଇନ୍ ଡ୍ରାଇଭ୍ ରାସ୍ତାର ଚନ୍ଦ୍ରଭାଗା ନୋଳିଆ ସାହି ନିକଟରୁ ରାମଚଣ୍ଡି ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୫ କିମି ରାସ୍ତା ନଷ୍ଟ ହେବାରେ ଲାଗିଲାଣି । ସମୁଦ୍ର ମାଡ଼ି ଆସି ଏହାକୁ ଧ୍ଵଂସ କରିବା ଉପରେ । ଏହା ଦ୍ୱାରା ଖାଲି ରାସ୍ତାର ନଷ୍ଟ ହେବନି । ଏହା ପ୍ରଭାବରେ ବିଶାଳ ବାଲୁଖଣ୍ଡ ଅଭୟାରଣ୍ୟ, ପ୍ରାକୃତିକ ପରିବେଶ, ଶୋଭାରାଜି, ନିକଟ ଅଞ୍ଚଳ ସହ କୋଣାର୍କ ଓ ଆଖପାଖ ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ। ଯାହା ଫଳରେ ପରିବେଶ ଉଜୁଡ଼ିବା ସହିତ ଜନ ସାଧାରଣ କ୍ଷତି ହେବେ ଓ ଗମନାଗମନ, ପର୍ଯ୍ୟଟନ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ଜାତୀୟ ରାଜପଥ ମାନ୍ୟତା ପାଇଥିବା ଏହି ରାସ୍ତା ଦେଇ ପ୍ରାୟ ରାଜ୍ୟ ସରକାରଙ୍କ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ଅମଲା ମାନେ ଯାଉଥିବା ବେଳେ ଏହାର ସୁରକ୍ଷା ପାଇଁ କେହି ଆଗକୁ ଆସୁନଥିବା ଦୁଃଖଦ ଘଟଣା କହିଲେ ଭୁଲ୍ ହେଵ ନାହିଁ। ଏଣୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏହି ପ୍ରସିଦ୍ଧ ସଡ଼କ ସୁରକ୍ଷା ପାଇଁ ଜିଓ ସିନ୍ଥେଟିକ କାନ୍ଥ ନିର୍ମାଣ ଓ ରାସ୍ତାର ରକ୍ଷଣା ବେକ୍ଷଣ ପାଇଁ ସାଧାରଣରେ ଦାବି ହେଉଛି । ପୂର୍ବରୁ ଏନେଇ ସ୍ଥାନୀୟ ବାସିନ୍ଦା ଓ ଗଣମାଧ୍ୟମ ଗୁଡ଼ିକ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ