କୁଶଭଦ୍ରା ନଦୀରେ ଘାଇ ୬୦ ରୁ ଉର୍ଦ୍ଧ୍ବ ଗାଁ ପାଣି ଘେରରେ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡା ଓ ଗୋପ ଅଞ୍ଚଳ ଦେଇ ପ୍ରବାହିତ କୁଶଭଦ୍ରା ନଦୀ ବନ୍ଧ ର ଖଣ୍ଡିଆକୁଦ ଠାରେ ଆଜି ସକାଳ ୫ଟା ରେ ଏକ ଘାଇ ସୃଷ୍ଟି ହୋଇଛି। ଘାଇ ଟି ନଦୀ ର ବନ୍ୟାଜଳ ସ୍ରୋତ ରେ ମେଲିବାରେ ଲାଗିଛି। ଏବେ ଗୋପ ବ୍ଲକ ର ବେଦପୁର, ଡ଼ଭାର, ଗଣେଶ୍ୱରପୁର, ଅଣ୍ଡିରା ଇଚ୍ଛାପୁର, ନାଗପୁର, ମଲାଗାଁ, ରାହାଗୋରଡା, ନୂଆ ଖାଲମରା ପ୍ରଭୃତି ପଞ୍ଚାୟତ ର ୬୦ ରୁ ଉର୍ଦ୍ଧ୍ବ ଗାଁ ପାଣି ଘେରରେ ରହିଛି। ହଜାର ହଜାର ହେକ୍ଟର ଚାଷ ଜମି ରେ ବନ୍ୟା ପାଣି ମାଡି ଯାଇଥିବା ବେଳେ କେତେକ ଗାଁ ଭିତରକୁ ବନ୍ୟା ପାଣି ପ୍ରବେଶ କରିଛି। ପାଣି ଘେରରେ ଥିବା ଲୋକ ମାନେ ଯାତାୟାତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବନ୍ୟା ପ୍ରଭାବିତ ଗ୍ରାମର ଗୃହ ପାଳିତ ପଶୁ ଗୁଡ଼ିକ ଭୋକ ଉପାସରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ଜଳବନ୍ଦୀ ରେ ଥିବା ଗ୍ରାମ ଗୁଡିକୁ ଡଙ୍ଗା, ରିଲିଫ ସାମଗ୍ରୀ, ଗୋ ଖାଦ୍ୟ ଯୋଗାଇଦେବାକୁ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପୁରୀ ଜିଲ୍ଲାପାଳ ଙ୍କ ନିକଟରେ ଦାବି କରିଛନ୍ତି।


