କୁଶଭଦ୍ରା ନଦୀ କୂଳରେ ଚାଲିଛି ବେଧଡକ ଜୁଆ ଖେଳ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ନିକଟସ୍ଥ ବିଷ୍ଣୁପୁର ଗ୍ରାମ ଠାରେ କୁଶଭଦ୍ରା ନଦୀ କୂଳରେ ଥିବା ଶିବ ମନ୍ଦିର ନିକଟରେ ପ୍ରତିଦିନ ବେଧଡକ ଭାବେ ଜୁଆ ଖେଳ ଚାଲୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।ସ୍ଥାନୀୟ କିଛି ଅସାମାଜିକ ବ୍ୟକ୍ତି ଶାସକ ଦଳ ର କିଛି କୁଜି ନେତା ଙ୍କୁ ଧରି ଏଠାରେ ନିୟମିତ ଜୁଆ ଖେଳ କରୁଥିବା ଅଭିଯୋଗ ହେଉଛି। ପୁରୀ, ବାଲିପାଟଣା, ଗୋପ,କାକଟପୁର, ନିଆଳି ପ୍ରଭୁତି ଅଞ୍ଚଳ ରୁ ଶହ ଶହ ଜୁଆଡି ଏଠାକୁ କାର, ଅଟୋ, ବାଇକ ଯୋଗେ ଆସି ଆଡ୍ଡା ଜମାଇ ଜୁଆ ଖେଳୁଛନ୍ତି। କିଛି କୁଖ୍ୟାତ ଅପରାଧି ବି ଏଠାକୁ ଆସି ଜୁଆ ଖେଳୁଥିବା ଶୁଣିବାକୁ ମିଳୁଛି। ଜୁଆ ଖେଳ ଯୋଗୁଁ ସ୍ଥାନୀୟ ଅଞ୍ଚଳ ରେ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେଉଛି। ନଦୀ କୁ ସ୍ନାନ, ଶୌଚ ହେବାକୁ ଯାଉଥିବା ଓ ନିଜ ବିଲ କୁ ଯାଉଥିବା ଚାଷୀ ମାନେ ନିଜକୁ ନିରାପଦ ମଣୁନାହାନ୍ତି। ବିଭିନ୍ନ ସମୟରେ ଜୁଆଡି ମାନେ ମଦ୍ୟପାନ କରି ନିଜ ନିଜ ମଧ୍ୟରେ ଝଗଡା କରୁ ଛନ୍ତି। ବଚସା, ଠେଲାପେଲା ହେଉଛନ୍ତି। ଯଦି ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଏଠାରେ ବଡଧରଣର ଅପରାଧ ଘଟିବା ଆଶଙ୍କା ସୃଷ୍ଟି ହୋଇଛି। ପୁରୀ ଜିଲ୍ଲା ଏସ. ପି ଓ ନିମାପଡ଼ା ଏସ . ଡି . ପି . ଓ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ