କୁଶଭଦ୍ରା ନଦୀ ରେ କୁମ୍ଭୀର ଆତଙ୍କ

ନିମାପଡ଼ା, (ସନ୍ତୋଷ ଦାଶ):ଗତ ବନ୍ୟା ପାଣିରେ ଏକ କୁମ୍ଭୀର କୁଶଭଦ୍ରା ନଦୀ ରେ ଚାଲିଆସିଥିବା ଲୋକ ମାନେ ଆଲୋଚନା କରୁଛନ୍ତି କୁମ୍ଭୀର ଟି ନିମାପଡ଼ା ନିକଟସ୍ଥ ଧିରପୁର ଗ୍ରାମ ର ନଦୀ ଗଣ୍ଡ ରେ ରହୁଥିବା କିଛି ଗ୍ରାମବାସୀ ମାନେ ଦେଖିଥିବା କହୁଛନ୍ତି। କୁମ୍ଭୀର ରି ଗୋଟେ ଘୁଷୁରୀ କୁ ନଦୀ ଗର୍ଭ କୁ ଟାଣି ନେଇ ଖାଇଯାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। କୁମ୍ଭୀର ଭୟରେ ନଦୀ କୂଳିଆ ଗ୍ରାମବାସୀମାନେ ଆତଙ୍କିତ ହୋଇ ପଡିଛନ୍ତି। କିନ୍ତୁ ବନ ବିଭାଗ ପାଖରେ ଏ ସମ୍ପର୍କ ରେ ଖବର ନଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ତୁରନ୍ତ ବନ ବିଭାଗ ପକ୍ଷରୁ ଘଟଣା ର ତଦନ୍ତ କରାଯାଇ ପ୍ରକୃତ ରେ କୁଶଭଦ୍ରା ନଦୀ ରେ କୁମ୍ଭୀର ଅଛି କି ନାହିଁ ସ୍ପଷ୍ଟ କରିବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ