କୁଷ୍ଟ ସଚେତନତା ପକ୍ଷ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର, (ଲିପନ ନାଏକ):ଜମନକିରା ବ୍ଲକ ଟିକିଲିପଡ଼ା ସରକାରି ବାଳିକା ବିଦ୍ୟାଳୟରେ ଫାଶୀମାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁଷ୍ଟ ସଚେତନତା ପକ୍ଷ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ର ଜିଲ୍ଲା କୁଷ୍ଟ ଅଧିକାରୀ ଡ଼. ପ୍ରମୋଦ କୁମାର ବିଶ୍ଵାଲ ଯୋଗଦେଇ କୁଷ୍ଟ ରୋଗର ଲକ୍ଷଣ ଇତିହାସ ରେ ପୁଷ୍ଟ ଭୂମି ଚିକିତ୍ସା ଏବଂ ନିରାକରଣ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫାଶୀମାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷ ଡ଼ା. ଶରତ କୁମାର ଦେହୁରୀ, କୁଷ୍ଟ ନୋଡାଲ ଅଧିକାରୀ ଡ଼ା. ଦିବ୍ୟରଞ୍ଜନ ବେହେରା, ଟିକିଲିପଡ଼ା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ବେହେରା, ଯୋଗଦେଇଥିଲେ। ଶିକ୍ଷକ ନିରଞ୍ଜନ ଶିଥ ଏବଂ ଶିକ୍ଷୟତ୍ରୀ ଲଳିତା ଧଳ, କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସମ୍ବଲପୁର ବି.ଏନ.ଦବ୍ଲୁ କୁଷ୍ଟ ସଚେତନତା ପାଇଁ ଶପଥ ପାଠ କରାଇଥିଲେ। ବିଦ୍ୟାଳୟ ରେ ଏହି ପରିପେକ୍ଷି ରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲାଓ ପ୍ରତିଯୋଗିତା ରେ ଉନ୍ନୀତ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରକୃତ କରାଯାଇଥିଲା। ନବମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ମିର୍ଧା କାର୍ଯ୍ୟକ୍ରମ ରେ ସପନା ଭୂମିକା ରେ ଅଭିନୟ କରି ସମସ୍ତ ଙ୍କ ମନୋରଞ୍ଜନ କରିଥିଲେ। ଅରବିନ୍ଦ ମାଝୀ, ସଞ୍ଜୟ ବୁଦା, ସୋମନାଥ ନାୟକ, ବିଜୟାଲକ୍ଷ୍ମୀ ବେହେରା, ସାକା ପଶାୟତ, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ସହିତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ