କୁଷ୍ଠପୀଡ଼ିତ ଓ କୁଷ୍ଠମୁକ୍ତ ବ୍ୟକ୍ତିଙ୍କ ପାଇଁ ଜନଶୁଣାଣି
ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ୍): ଭାରତବର୍ଷର କୁଷ୍ଠରୋଗୀଙ୍କ ସମସ୍ୟା ସମ୍ପର୍କରେ ପ୍ରଥମ ଜନଶୁଣାଣି ବୁଦ୍ଧ ମନ୍ଦିର ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି । ୨୦୦୬ ମସିହାରୁ ଓଡ଼ିଶାକୁ କୁଷ୍ଠରୋଗ ମୁକ୍ତ ଘୋଷଣା କରାଯାଇଥିଲେ ମଧ୍ୟ ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢି ବଢି ·ଲିିଛି । କୁଷ୍ଠରୋଗ କେବଳ ଏକ ଶାରୀରିକ ସମସ୍ୟା ନୁହେଁ, ଏହା ଏକ ସାମାଜିକ ବ୍ୟାଧି । ରାଜ୍ୟରେ କୁଷ୍ଠରୋଗୀଙ୍କ ସେବା ଓ ବିକଳାଙ୍ଗ ପ୍ରତିରୋଧ ପାଇଁ ସୃଷ୍ଟି ହୋଇଥିବା ୪୦୪ଗୋଟି ସ୍ୱାସ୍ଥ୍ୟକର୍ମୀ ପଦବୀରୁ ୩୫୦ଗୋଟି ସ୍ୱାସ୍ଥ୍ୟକର୍ମୀ ପଦବୀ ଖାଲି ପଡ଼ିଛି । ଠିକ୍ ସେହିପରି ରାଜ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରି·ଳିତ ଜାତୀୟ କୁଷ୍ଠ ରୋଗ ନିରାକରଣ ପ୍ରକଳ୍ପ ଅଧୀନରେ ୧୮୮ଗୋଟି ତାଲିମ୍ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ପଦବୀ ଖାଲି ପଡ଼ିଛି । ଅନ୍ୟ ପକ୍ଷରେ ପ୍ରତିବର୍ଷ କୁଷ୍ଠରୋଗ ପ୍ରଭାବିତ ରୋଗୀମାନେ ନିଜ ଗ୍ରାମ ପଡ଼ା ଓ ପରିବାରରୁ ବିତାଡ଼ିତ ହୋଇ ଖାଦ୍ୟ, ବସ୍ତ୍ର, ବାସଗୃହ ବିନା ଘୃଣିତ, ଲାଞ୍ôଛତ ଓ ଅପମାନିତ ହୋଇ ଜୀବନ ବିତାଉଛନ୍ତି । ସେମାନଙ୍କର ପିଲାମାନେ ଘୃଣା ଓ ଲଜ୍ୟାରେ ପାଠ ପଢିପାରୁ ନାହାଁନ୍ତି । ଏହି କୁଷ୍ଠରୋଗୀଙ୍କ ଥଇଥାନ ପାଇଁ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ । ଏହି କୁଷ୍ଠ ରୋଗୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଭୁବନେଶ୍ୱର ମହାବୋଧି ସୋସାଇଟିଠାରେ ଏକ ଜନଶୁଣାଣି ଅନୁଷ୍ଠିତ ହୋଇସାରିଛି । ଏହି ଜନଶୁଣାଣୀର ରାଜ୍ୟର ୧୫୦ କୁଷ୍ଠ ରୋଗୀ ଯୋଗଦେଇ ସେମାନଙ୍କ ସର୍ବନିମ୍ନ ମୌଳିକ ସୁବିଧା, ଜମି ଓ ଗୃହ ଅଧିକାର, ଶିକ୍ଷା, ଉପଯୁକ୍ତ ସ୍ୱାସ୍ଥ୍ୟସେବା ଏବଂ ଭତ୍ତା ବୃଦ୍ଧି, ସମସ୍ତ କୁଷ୍ଠ ଚିକିତ୍ସାଳୟ, ଆଶ୍ରମ ଏବଂ ରାଜ୍ୟରେ ଖାଲି ପଡ଼ିଥିବା କୁଷ୍ଠକର୍ମୀ ଏବଂ ସୁପର ଭାଇଜର ପଦବୀ ପୂରଣ ସମ୍ପର୍କରେ ଏବଂ ମାନବ ଅଧିକାର ଉଲଂଘନ ସମ୍ପର୍କରେ ନିଜର ଆଭିମୁଖ୍ୟ ବ୍ୟକ୍ତ କରିଛନ୍ତି । ଇଣ୍ଡିୟାନ ହାନ୍ସେନିଆନ ଆସୋସିଏସନ ପକ୍ଷରୁ ଆୟୋଜିତ ଉକ୍ତ ଶୁଣାଣୀରେ ପୂର୍ବତନ ରାଜ୍ୟସଭା ସାଂସଦ ଡାଃଏ.ଭି. ସ୍ୱାମୀ, ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର କୁଳପତି ଡଃ ଶ୍ରୀକ୍ରିଷ୍ଣ ଦେବ ରାଓ, ବିଶିଷ୍ଟ ଅଧିବକ୍ତା ନମ୍ରତା ଚଢା, ସ୍ୱାଭିମାନର ଡଃ ଶ୍ରୁତି ମହାପାତ୍ର, ପ୍ରଗତି ଯୁବକ ସଂଘର ସମ୍ପାଦକ ଶ୍ରୀଯୁକ୍ତ ଦେବବ୍ରତ ଦାସ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ବିଷ୍ଣୁଚରଣ ପାଢୀ, ବିଶିଷ୍ଟ ସାମ୍ବାଦିକ ରବି ଦାସ, ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶଦାତା ଡଃ ଡ଼ମ୍ବରୁଧର ଭୂୟାଁ, ସ୍ୱାସ୍ଥ୍ୟ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଡଃ ସେବା ମହାପାତ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ଶକ୍ତିପ୍ରସାଦ ପାଢୀ, ସାମାଜିକ ସୁରକ୍ଷା ଭିନ୍ନକ୍ଷମ ବିଭାଗର ଅତିରିକ୍ତ ସଚିବ ସୁବାଷ ଚନ୍ଦ୍ର ରଥ, ଥେରାପିଷ୍ଟ କଲେଜର ଅଧ୍ୟାପକ ଡଃ ଗୁରୁ ଚରଣ ସେଠୀ, ଆଡ଼ଭୋକେଟ ପ୍ରିୟଦର୍ଶିନୀ ଦାସ ଓ ଆଡ଼ଭୋକେଟ ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସଂଘ ସମ୍ପାଦକ ଦୁର୍ଯ୍ୟୋଧନ ପ୍ରଧାନ ସ୍ୱାଗତ ଭାଷଣ କରିଥିଲେ ଏବଂ ଗଞ୍ଜାମ ଜିଲ୍ଲା ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ କେ. ଆନନ୍ଦ ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଜନଶୁଣାଣିରେ ପ୍ରଗତି ଯୁବକ ସଂଘ, ହେଲ୍ପ ଏଜ୍ ଇଣ୍ଡିଆ, ସିଏଫ୍ଏଆର, ସ୍ୱାଭିମାନ, ଆମ ଦୁନିଆ, ଈଶ୍ୱର ଓ ଗଞ୍ଜାମ ଜିଲ୍ଲା ଅର୍ଥପେଡ଼ିକାଲି ହାଣ୍ଡିକାପ୍ଡ଼ ୱେଲଫେୟାର ଆସୋସିଏସନ ମିଳିତ ଭାବେ ଆୟୋଜନ କରିଥିଲେ ।