କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ନୂଆବସ୍ତ୍ର-ପାଠ୍ୟ ଉପକରଣ ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା):ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରମେଶ ଗୁପ୍ତା ଫାଉଣ୍ଡେସନ ପକ୍ଷରୁ ବାମପଦା କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ଦରିଦ୍ର ନାରାୟଣ ସେବା ପ୍ରଦାନ କରାଯାଇଛି । ଅନୁଷ୍ଠାନର ଚେୟାରମ୍ୟାନ ରମେଶ କୁମାର ଗୁପ୍ତା, ଭାଇସଚେୟାରମ୍ୟାନ ସଙ୍ଗୀତା ଗୁପ୍ତା, ସମ୍ପାଦକ ଅଶ୍ୱନୀ କୁମାର ଗୁପ୍ତା ପ୍ରମୁଖ କୁଷ୍ଠାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କୁ ନୂଆବସ୍ତ୍ର ଓ ସେମାନଙ୍କ ପିଲାଙ୍କୁ ପାଠ୍ୟ ଉପକରଣ ଆଦି ପ୍ରଦାନ କରିଥିଲେ । ପରେ ସମସ୍ତଙ୍କୁ ସୁଷମ ଖାଦ୍ୟ ପ୍ରଦାନ କରାଯାଇଥିଲା । ଫାଉଣ୍ଡେସନ ପକ୍ଷରୁ ସଞ୍ଚିତ ଅର୍ଥରେ ଗରିବ ଅସହାୟ ଲୋକଙ୍କୁ ନିୟମିତ ସେବା ପ୍ରଦାନ କରାଯାଉଛି ବୋଲି ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀ କୁପ୍ତା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକରି ତାଙ୍କୁ ଓ ଫାଉଣ୍ଡେସନର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଆତ୍ମସନ୍ତୋଷ ପାଉଥିବା ସେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ