କୁଷ୍ଠ କଲୋନୀରେ ରାଷ୍ଠ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବାଂଟିଲେ ଶୁଖିଲା ଖାଦ୍ୟ

ନିଆରା ଢଙ୍ଗରେ ପାଳିଲେ ପୁଅ ସତ୍ୟଜିତର ଜନ୍ମଦିନ
କେନ୍ଦ୍ରାପଡା : ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ୨୧ଦିନିଆ ଲକଡାଉନକୁ ସମ୍ମାନଜଣାଇ ପବିତ୍ର ରାମନବମୀ ଅବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶୁଭାଂଶୁ କୁମାର ଦାସ ତାଙ୍କ ପୁତ୍ର ସତ୍ୟଜିତ ଦାସଙ୍କ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ପାଣ୍ଡିରିସ୍ଥିତ କୁଷ୍ଠ କଲୋନୀରେ ରହୁଥିବା ନିରାଶ୍ରୟ ସମାଜର ଶେଷ ମଣିଷକୁ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରିବା ସହିତ ଘରେ ବନ୍ଦିଥିବା ଅନ୍ତେବାସୀମାନଙ୍କୁ ସାମାଜିକ ଦୂରତା ରକ୍ଷାକରି ଅଟା,ହରଡଜାଇ,ଆଳୁ,ସାବୁନ ଓ ଭେଣ୍ଡି ପ୍ରଭୃତି ପନିପରିବାର ପ୍ୟାକେଟ ପ୍ରଦାନ କରିଥିଲେ । ଏହି ବ୍ୟକ୍ତି ବିଶେଷମାନେ ପ୍ରତିଦିନ ଭିକ୍ଷା ବୃତ୍ତିକରି ନିଜର ଜୀବନ ନିର୍ବାହ କରିଥାନ୍ତି । ଲକଡାଉନ ଯୋଗୁଁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସେମାନଙ୍କୁ ଏଭଳି ସହାୟତା ପ୍ରଦାନକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ