କୁସୁମାରେ ଉଦ୍‌ଘାଟିତ ହେଲା ନୈା ବିହାର

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍‌): ନୂଆ ବର୍ଷରେ କୁସୁମାର ନୀଳ ଜଳରାଶିରେ ନୈା ଯାତ୍ରାର ଶୁଭାରମ୍ଭ ହୋଇଚ୍ଥି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ଏହାକୁ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ପୂର୍ବରୁ କୁସୁମାକୁ ପୁଂଲରେ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଥିଲା । କୁସୁମା ପରିସରକୁ ସବୁଜିମାରେ ଭରିବା ପାଇଁ ବୃକ୍ଷ ରୋପଣ ସହ ହ୍ୟାଙ୍ଗିଙ୍ଗ ଗାର୍ଡେନ ମଧ୍ୟ କରାଯାଇଥିଲା । ଆଲୋକିକରଣ, ରଙ୍ଗୀନ ଆଲୋକ ସଜ୍ଜାରେ କୁସୁମାର ସୈାନ୍ଦର୍ଯ୍ୟ ବଢାଯାଇଥିଲା ବେଳେ ପିଲା ମାନଙ୍କ ପାଇଁ ଦୋଳି ଓ ଚକ୍ରି ଇତ୍ୟାଦି ମାଧ୍ୟମରେ ଆକର୍ଷଣ ସୃଷ୍ଟି କରାଯାଇଥିଲା । ତେବେ ନୈା ବିହାର ଆଉ ଏକ ନୂଆ ଉନ୍ମାଦନା ପର୍ଯ୍ୟଟକଙ୍କ ପାଇଁ ସୃଷ୍ଟି କରିଚ୍ଥି ।

କୁସୁମାରେ ଉଦ୍‌ଘାଟିତ ହେଲା ନୈା ବିହାର
କୁସୁମାରେ ଉଦ୍‌ଘାଟିତ ହେଲା ନୈା ବିହାର

ନୈା ବିହାର ପାଇଁ ଯାତ୍ରୀ ମାନଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ ଓ ପ୍ରତ୍ୟେକ ନୈା ଯାତ୍ରୀ ଲାଇପଂ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ ବୋଲି ପୈାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଚ୍ଥି । ଏହି ନୈା ଯାତ୍ରା ଶୁଭାରମ୍ଭ ସମୟରେ ଜିଲ୍ଳ୍‌ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍‌ାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଜିଲ୍ଳ୍‌ାପାଳ କୁଳମଣି ନାୟକ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଓ.ଏସ୍‌.ଡି. ସୁଦର୍ଶନ ମିଶ୍ର, ଜିଲ୍ଳ୍‌ା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । କୁସୁମା ବୁଲି ଦେଖିବା ସହ ନୈା ବିହାରର ମଜା ନେବାପାଇଁ ଦର୍ଶକ ମାନଙ୍କର ଉତ୍କଣ୍ଠା ବୃଦ୍ଧି ପାଇଚ୍ଥି ଓ ବେଶ ଭିଡ ମଧ୍ୟ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଚ୍ଥି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ