କୂଅରେ ଫସିଲା ବାରହା ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଆଡପଡା ପଞ୍ଚାୟତ ଅନ୍ତର୍ଗତ କୈଠବେଢା ଗ୍ରାମର ଜଣକ ଘର ବାରିପଟରେ ଥିବା କୂଅରେ ମଙ୍ଗଳବାର ସକାଳୁ ଏକ ବାରହା ପଡ଼ିଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଓ।ଶେରଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କୂଅରୁ ବାରହାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଗତ ଦୁଇଦିନ ଧରି ଲଘୁଚାପ ପ୍ରଭାବରେ ଅତ୍ୟଧିକ ବର୍ଷା କାରଣରୁ ସବୁଠାରେ ଜଳମଗ୍ନ ଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଜଙ୍ଗଲୀ ପଶୁମାନେ ଖାଦ୍ୟ ଅନ୍ୱେଷଣରେ ବର୍ତ୍ତମାନ ଗ୍ରାମ ମୁହାଁ ହୋଇଥିବା ଦେଇଥିବାକୁ ମିଳିଛି । ଆଜି ସକାଳ ସାଢେ ଆଠଟା ସମୟରେ ବାରହାଟି ଗାଆଁ ମୁହାଁ ହୋଇ ଆସିଥିବା ବେଳେ ଜଣକ ବାରିପଟେ ଥିବା କୂଅରେ ଭିତରେ ପଡିଯାଇଥିଲା । ଗ୍ରାମବାସୀ ଦେଖି ନିକଟସ୍ଥ ଫରେଷ୍ଟ ଅଫିସ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଘଟଣାପରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କ ନେତୃତ୍ବରେ ଦିଗପହଣ୍ଡି ଓ ପାଟପୁର ବନବିଭାଗ କର୍ମଚାରୀ ଓ ଶେରଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟାନା ସ୍ଥଳ ରେ ପହଞ୍ଚି କୈାଶଳକ୍ରମେ ବାରହାଟିକୁ ଉଦ୍ଧାର କରି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ନିର୍ଦ୍ଦେଶକ୍ରମେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । ତେବେ ଉଦ୍ଧାର ବାରହାଟି ମହିଳା ପ୍ରଜାତିର ହୋଇଥିବା ବେଳେ ଉଚ୍ଚତା ୪ ଫୁଟ୍ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ