କୂଅ ସଫା କରିବାକୁ ଯାଇ ଜୀବନ ହାରିଲେ ବୃଦ୍ଧ
ବୁଗୁଡ଼ା, (ଅନିଲ କୁମାର ମହାରଣା) : କୂଅ ସଫା କରିବାକୁ ଯାଇ ଜୀବନ ହାରିଲେ ବୃଦ୍ଧ । ମୃତ ବୃଦ୍ଧ ଜଣକ ଖୋଳଖାଳି ଗ୍ରାମର ଧୋବା ସ୍ୱାଇଁ ବୋଲି ଜଣାପଡିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୁଗୁଡା ସହରର ବାଲିପିଣ୍ତି ସାହିରେ । ସୂଚନା ମୁତାବକ ଧୋବା ସ୍ୱାଇଁ ବୁଗୁଡା ବାଲିପିଣ୍ତି ସାହିରେ କୂଅ ସଫା କରିବା ପାଇଁ କୂଅ ଭିତର କୁ ଯାଇ ସଫେଇ କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ଗୁରୁତର ହୋଇ ପଡିଥିଲେ । ଖବର ପାଇ ବୁଗୁଡା ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରି ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ବୁଗୁଡ଼ା ମେଡିକାଲରେ ଡାକ୍ତରଙ୍କ ପରୀକ୍ଷା ପରେ ଧୋବା ସ୍ୱାଇଁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବୁଗୁଡା ପୋଲିସ୍ ମେଡିକାଲରେ ପହଞ୍ଚି ମର ଶରୀର ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।