କୂଅ ସଫା ବେଳେ ଶ୍ବାସରୁଦ୍ଧ ହୋଇ ଦୁଇ ଭାଇ ମୃତ୍ୟୁ

ବୁଗୁଡା (ଅନିଲ କୁମାର ମହାରଣା) : ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜଗତପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଦୁଇ ଭାଇ କରିବାକୁ ଯାଇ ଶ୍ବାସରୁଦ୍ଧ ହୋଇ ଶନିବାର ଦିନ ଅପରାହ୍ନରେ ପ୍ରାଣ ହରାଇଛନ୍ତି। ଘଟଣାରୁ ଜଣା ପଡିଛିଯେ ଜଗତପାଟଣା ଗ୍ରାମର ଟୁକୁନା ପ୍ରଧାନ ଓ କୈଳାଶ ପ୍ରଧାନ ଦୁଇଭାଇ ନିଜ ଘରର ବାରିପଟେ ଥିବା କୂଅକୁ ସଫା କରିବା ପାଇଁ କୂଅ ଭିତରକୁ ଯିବାପରେ ଶ୍ଵାସରୁଦ୍ଧ ହୋଇ ଚିତ୍କାର କରି ପ୍ରାଣ ହରାଇଥିଲେ। ଚିତ୍କାର ଶୁଣି ଆଉ ଜଣେ ବ୍ୟକ୍ତି କୂଅ ଭିତରେ ଥିବା ଦୁଇ ଭାଇଙ୍କ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ଜଣାପଡିଛି। ଖବର ପାଇ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଭାଇ ଟୁକୁନା ଓ କୈଳାଶ ଙ୍କ ମର ଶରୀରକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ