କୂଳରୁ ବାସନ୍ଦ ହୋଇଥିବାରୁ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହେଲେ ବି. ନିତ୍ୟାନନ୍ଦଙ୍କ ପରିବାର ବର୍ଗ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସାମାଜିକ ବାସନ୍ଦ ଏକ ନୀତିଦିନିଆ ଘଟଣା ପାଲଟିଛି । ମଙ୍ଗଳବାର ଏପରି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମରୁ । ମଙ୍ଗଳବାର ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ବି. ନିତ୍ୟାନନ୍ଦ ଓ ତାଙ୍କ ପରିବାର ବର୍ଗ ଏନେଇ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବି. ନିତ୍ୟାନନ୍ଦ ଙ୍କୁ ତାଙ୍କ କୂଳରୁ ବାସନ୍ଦ କରି ଦିଆଯାଇଥିବା ସହିତ ତାଙ୍କ ମା ଏବଂ ତାଙ୍କ ମାଇଁଙ୍କୁ ମଧ୍ୟ ବାସନ୍ଦ କରିଦିଆଯିବା ସହ ଜୋରିମାନା ପକାଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ତାଙ୍କୁ କୂଳରୁ ବାସନ୍ଦ କରିଦିଆଯାଇଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ମଧ୍ୟ ସେମାନେ ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରଏଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ ଆର୍ଯ୍ୟପଲ୍ଲୀ ମେରାଇନ ଥାନାରେ ବାରମ୍ବାର ଅଭିମୁଖେ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେ ଆଜି ବାଧ୍ୟ ହୋଇ ଗଞ୍ଜାମ ଏସପିଙ୍କୁ ଗୁହାରି କରିଛନ୍ତି । ଏହି ଅଭିଯୋଗ ପତ୍ର ପ୍ରଦାନ ବେଳେ ଏ. ଜାଗା ରାଓ, ବି. ନିତ୍ୟାନନ୍ଦ, ବି. ଦୁର୍ଯ୍ୟୋଧନ, ବି. ବୈରାଗୀ, ବି. ସଦାନନ୍ଦ, ଏ. କାର୍ଲେୟା, ଏ. ରୋଜା, ଏ. ଗୀତା, ବି. କମଳା. ବିକ. ୠକ୍ଷ୍ମୀ, ବି. ଦୀନବନ୍ଧୂ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ