କୂଳ ଖାଉଛି ଦେବୀ ନଦୀ : ନଦୀ ଗର୍ଭରେ ଲୀନ ହେଉଛି ଉପକୂଳ ଜଙ୍ଗଲ 

ନିମାପଡା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ଥିବା ଦେବୀ ନଦୀ ମୁହାଣ ନିକଟବର୍ତ୍ତୀ ନଦୀର ଗୋଟିଏ ପାର୍ଶ୍ଵ ନଦୀବନ୍ଧ ସୁଦୃଢ଼ୀ କରଣ ପରେ ସାମୁଦ୍ରିକ ଜୁଆର ପ୍ରଭାବରେ ଏବେ ଅନ୍ୟ ପାର୍ଶ୍ଵରେ ଦେବୀ ନଦୀ କୂଳ ଖାଇବା ଦ୍ୱାରା ଦିନକୁ ଦିନ ଜଙ୍ଗଲର ଶହ ଶହ ଗଛ ନଦୀରେ ଲୀନ ହେବାରେ ଲାଗିଛି । ଦେବୀ ମୁହାଣ ଠାରୁ ଗଙ୍ଗାଦେବୀ ପର୍ଯ୍ୟନ୍ତ ଅସ୍ତରଙ୍ଗ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ଏହି ସରଂକ୍ଷିତ ଜଙ୍ଗଲରୁ ଶହ ଶହ ସଂଖ୍ୟାରେ ଝାଉଁ,ଆକାଶୀ,ଲିମ୍ବ ଓ ହେନ୍ତାଳ ଗଛ ନଦୀ ଗର୍ଭରେ ଲୀନ ହେବାରେ ଲାଗିଛି । ନଦୀର ଡାହାଣ ପାର୍ଶ୍ଵ କ୍ଷୟ ହେବା ଦ୍ୱାରା ଏକର ଏକର ଜଙ୍ଗଲ ଜମି ମଧ୍ୟ ନଦୀର ସ୍ରୋତରେ ଚାଲିଗଲାଣି । ଦେବୀ ନଦୀ କୁଳ ଖାଇବା ଦ୍ଵାରା ଅସ୍ତରଙ୍ଗ ଉପକୂଳକୁ ପ୍ରାକୃତିକ ବିପର୍ଯ୍ୟାୟରୁ ସୁରକ୍ଷା ଦେଉଥିବା ଏହି ଲୁଣା ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି । ସରକାର ଜଙ୍ଗଲ କ୍ଷୟ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ବିଜୟ କୁମାର ସ୍ଵାଇଁ, ସୁରେଶ ନାୟକ ପ୍ରମୁଖ ସ୍ଥାନୀୟ ଗ୍ରାମବାସୀ ସରକାର ଙ୍କ ନିକଟରେ ଦାବି କରିଛନ୍ତି । ଏ ସମ୍ପର୍କ ରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଏ ସି ଏଫ୍ ଉତ୍ତମ ଗଡ଼ନାୟକ ଙ୍କୁ ପଚାରିବାରେ ଦେବୀ ନଦୀ କୂଳ ଖାଉଥିବା ସ୍ବୀକାର କରିବା ସହିତ ଏ ଦିଗରେ ଅନୁଧ୍ୟାନ କରାଯାଉଛି,ଜଙ୍ଗଲର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । ମୁହାଁଣମୁହଁ ଜଙ୍ଗଲ ର ସୁରକ୍ଷା ପାଇଁ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଉପକୂଳିଆ ଲୋକଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ