କୃତିତ୍ୱ ହାସଲ କଲେ ଛତ୍ରପୁର ଜୟଗଣେଷ କଳାବିକାଶ କେନ୍ଦ୍ର ର ନୃତ୍ୟଶିଳ୍ପୀ

ଛତ୍ରପୁର, (ଦେବଦତ୍ତ ମହାରଣା) :ଭୁବନେଶ୍ୱରରେ ଆୟୋଜିତ ଆର୍ନ୍ତଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବରେ କୃତିତ୍ୱ ହାସଲ କରିଛନ୍ତି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଅଂଚଳର ଓଡିଶୀ ନୃତ୍ୟ ଶିଳ୍ପୀ ମାନେ । ଛତ୍ରପୁର ର ଓଡିଶୀ ନୃତ୍ୟ ଗୁରୁ ଅଳକା ସାହୁଙ୍କ ନେତୃତ୍ୱରେ ଜୟଗଣେଷ କଳାବିକାଶ କେନ୍ଦ୍ର ର ଦେବୀ କୁମାରୀ ପ୍ରଧାନ, ସିବାଙ୍ଗୀ ମହାରଣା, ଡି. ଲଳିତାଞ୍ଜଳୀ, ଅଙ୍କିତା ରଥ, ଆଶା ରାଣୀ ବିଶ୍ୱାଳ, ସୃତି ରେଖା ଶତପଥି, ଛବିନା ଶୁଭଦର୍ଶିନୀ ପଲାଇ, ସିଳ୍ପୀକା ମେହେର, କେଶବ ବେହେରା, ସାଗର ଦଳାଇ ଙ୍କ ସମେତ ୧୧ ଜଣ ଓଡିଶୀ ନୃତ୍ୟ ଶିଳ୍ପୀ ଭୁବନେଶ୍ୱର ରେ ଶିବ ପଂଚାକ୍ଷର ସ୍ତ୍ରୋତରେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ଦର୍ଶକ ଏବଂ ବିଚାରକ ମାନଙ୍କ ମନ ଜିଣିଥିଲେ । ଏହି ମହୋତ୍ସବରେ ବିଚାରକ ଭାବେ ଭୁବନେଶ୍ୱର ସ୍ଥିତ ଉତ୍କଳ ୟୁନିଭରସିଟିର ସଭାପତି ଡା. ଋାମହରି ଦାସ ଓ ସମ୍ପାଦକ ସଙ୍ଗୀତା ଗୋସ୍ୱାମୀ ଯୋଗ ଦେଇ ଚୟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ