କୃତ୍ତି ଛାତ୍ରଙ୍କୁ ବାବାଜି ଚରଣ ଜେନା ସ୍ମୃତି ସମ୍ମାନ ପ୍ରଦାନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଟି.ଏମ ଏକାଡେମୀ ଡଅଁରର କୃତ୍ତି ଛାତ୍ରଙ୍କୁ ବାବାଜି ଚରଣ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ବାବାଜି ଚରଣ ଜେନାଙ୍କ ସ୍ମୃତିରେ ତାଙ୍କ ସୁପୁତ୍ର ମହେଶ୍ୱର ଜେନା ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରିଆସୁଛନ୍ତି । ୨୦୨୨ରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କୃତ୍ତିତ୍ୱ ହାସଲ କରିଥିବା ଏହି ବିଦ୍ୟାଳୟର ଛାତ୍ର ରୁଦ୍ର ନାରାୟଣ ମିଶ୍ରଙ୍କୁ ବାବାଜି ଚରଣ ଜେନା ସ୍ମୃତି ମେଧା ସମ୍ମାନ ପ୍ରଦାନ କରାଯାଇଛି । ଏଥିଲାଗି ବାବାଜି ଚରଣ ଜେନାଙ୍କ ଜ୍ୟେଷ୍ଠପୁତ୍ର ସାଗର ଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା କୃତିଛାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିବା ସହିତ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଅକ୍ଷୟ କୁମାର ସାହୁ, ଉର୍ମିଳା ଜେନା, ସତ୍ୟଭାମା ବାରିକ, ଉଷାରାଣୀ ରାଉତରାୟ, ଲକ୍ଷ୍ମୀଧର ଜେନା ଓ ବିଦ୍ୟାଳୟର କର୍ମଚାରୀ ପ୍ରସନ୍ନ ବେହେରା, ନିରୋଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।


