କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ୍ କଲେଜରେ ଅଗଷ୍ଟ ୬ ତାରିଖ ଦିନ ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏକ ଶିକ୍ଷା ଅନୁଷ୍ଠାନରେ ଅନେକ ମୂଲ୍ୟଭିତ୍ତିକ ଶିକ୍ଷା ରହିଥାଏ । ସେଗୁଡିକୁ ଅତିରିକ୍ତ ପାଠ୍ୟକ୍ରମର ଆଧାର ବୋଲି ଧରାଯାଏ। ସେଥିପାଇଁ ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନ ମାନଙ୍କରେ ବିଭିନ୍ନ ଦିବସ ପାଳନ କରିବା, ସେମିନାର ଆୟୋଜନ କରିବା,ଓ ବିଭିନ୍ନ ଉତ୍ସବ ପାଳନ କରିବା ଆଦର୍ଶ ଶିକ୍ଷା ବ୍ୟବସ୍ଥାର ଏକ ଆନୁସଙ୍ଗିକ ଅଙ୍ଗ ହୋଇଥାଏ। ଏହି ଲକ୍ଷ ପରିପ୍ରେକ୍ଷୀରେ ସ୍ଥାନୀୟ ପିପୁଲସ୍ କଲେଜର ଆଭ୍ୟନ୍ତରୀଣ ଗୁଣବତ୍ତା ଆଶ୍ବାସ ପ୍ରକୋଷ୍ଠ ( Internal Quality Assurance Cell ) ଆନୁକୂଲ୍ୟରେ ଆଇ.କିୟୁ.ଏ.ସି. କର୍ମକର୍ତ୍ତା ମାନଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମଚାରୀ, NCC, YRC, NSS, ସ୍କାଉଟ ସଙ୍ଗଠନ ଓ ଛାତ୍ର ଛାତ୍ରୀଙ୍କ ସହାୟତାରେ ଶ୍ରମ ଓ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପାଛୋଟି ଆଣି ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ପିପୁଲସ୍ କଲେଜର ଅଧ୍ୟକ୍ଷ ପ୍ରଫେସର ରଜନିକାନ୍ତ ଦାଶ ଏହି ସଭାରେ ପୌରହିତ୍ୟ କରିଥିଲେ। ପ୍ରଥମେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଅଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, କଲେଜ ପରିଚାଳନା କମିଟି ସଭାପତି ରଜନୀକାନ୍ତ ଭଟ୍ଟ, ଓ IQAC ସଂଯୋଜକ ଅଧ୍ୟାପକ ପ୍ରଭଞ୍ଜନ ମୁନି ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ସମ୍ମାନିତ ଅତିଥି ରୂପେ ସମ୍ବର୍ଦ୍ଧିତ ହୋଇଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ପିପୁଲସ କଲେଜକୁ ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ପାଇଁ ଘୋଷଣା କରିଥିଲେ। ଅଧ୍ୟାପକ ଡ଼. ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଂଯୋଜକ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ମଞ୍ଚର ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଅନେକ କୃତୀ ଛାତ୍ର ଛାତ୍ରୀ ଏବଂ ଆନ୍ତର୍ଜାତିକ,ସର୍ବଭାରତୀୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ କ୍ରୀଡ଼ାରେ ମେଡଲ ଗ୍ରହଣ କରି ସମ୍ମାନୀତ ହୋଇଥିବା ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ