କୃପାଳୁ ଶିଶୁ ସାହିତ୍ୟ ଆସରରେ ଅଧିକ ଶ୍ରାବଣ ମାସ କଥା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରତିମାସର ଶେଷ ରବିବାର ଦିନ ବାଲ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ‘ କୃପାଳୁ ଶିଶୁ ସାହିତ୍ୟ ଆସର ‘ ସ୍ଥାନୀୟ କୁମ୍ଭାର ସାହି ପ୍ରାଥମିକ ସଂସ୍କାର ଠାରେ ‘ ଅଧିକ ଶ୍ରାବଣ ମାସ ‘ ବିଷୟକୁ ନେଇ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ପ୍ରତିନିଧି ସୁନୀତା ଦିଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବେଳେ ଅଭିଭାବକମାନେ ଯୋଗ ଦେଇ ଆଲୋଚନାରେ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ବିଷୟବସ୍ତକୁ ବୁଝାଇ ହରିହରଙ୍କ କଥା ତଥା ଶ୍ରାବଣ ମାସର ମହତ୍ତ୍ଵ ବିଷୟରେ କୁହାଯାଇଛି । ଆମ ମାତୃଭାଷାକୁ ନିର୍ଭୁଲ କହିବା, ପଢ଼ିବା ଓ ଲେଖିବା ସହ ସଂସ୍କାର ଯୁକ୍ତ ହୋଇ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଜାଣିବା ପାଇଁ ପ୍ରେରିତ କରାଯାଇଥିଲା ଏବଂ ଆମ ଭାଷାର ଶ୍ରେଷ୍ଠତ୍ଵକୁ ବୁଝି ଜ୍ଞାନ ଆରୋହଣ କରିବା ପାଇଁ ପରାମର୍ଶ ଦିଆଯାଇଛି । ଶେଷରେ ଏହି ପବିତ୍ର ମାସ ଅବସରରେ ରାଷ୍ଟ୍ରର ସତ୍ୟ, ଧର୍ମ ଓ ପବିତ୍ରତା ଏବଂ ଶିଶୁ ମାନଙ୍କର ମୌଳିକ ଅଧିକାର ଅକ୍ଷୁର୍ଣ୍ଣ ରହିବା ନିମନ୍ତେ ଜଗଦଗୁରୁ ଶ୍ରୀକୃପାଲୁ ମହାରାଜଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ