କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଅଢାଳପଙ୍କସ୍ଥିତ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୮୩ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିରଞ୍ଜନ ମଲ୍ଲିକଙ୍କ ସଭାପତିତ୍ତ୍ୱରେ ଆୟୋଜିତ ଉତ୍ସବରେ ବିଜୟ କୁମାର ଜେନା ଓ ଶ୍ୟାମସୁନ୍ଦର ସେଠୀ ମଞ୍ଚ ସଂଯୋଜନା କରିଥିଲେ । ଏଥିରେ ପୂର୍ବତନ ଶିକ୍ଷକ ବିକ୍ରମାଦିତ୍ୟ ନାୟକ, ବାବାଜି ଚରଣ ବିଶ୍ୱାଳ, ଭାସ୍କର ଚନ୍ଦ୍ର ଜେନା, ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ, ଉମାକାନ୍ତ ରାଉତ ଅତିଥି ଭାବେ ଯୋଗ ଦେଇ ଗୁରୁ ଶିଷ୍ୟର ପରମ୍ପରା ମହାନ ବୋଲି କହିବା ସହ ଏହି ମହାନ ପରମ୍ପରାକୁ ଅଢାଳପଙ୍କର ପୁରାତନ ଛାତ୍ରଛାତ୍ରୀ ପାଳନ କରି ଆଗାମୀ ପିଢିକୁ ନୂତନ ଦିଗଦର୍ଶନ ଦେଇଛନ୍ତି ବୋଲି କହିଥିଲେ । ଏହି ଅବସରରେ ଗୁରୁ ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଛାତ୍ର ଛାତ୍ରୀ ମାନେ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ଗୁରୁବନ୍ଦନା ସହ ଛାତ୍ରଛାତ୍ରୀ ମାନେ ପୂର୍ବ ଅନୁଭୂତି ରଖିଥିଲେ । ଏଥିରେ ଆନନ୍ଦ ପତି,ଚର୍ତୁଭୁଜ ନାୟକ, ସନ୍ତୋଷ ଜେନା, ଛଚିନ୍ଦ୍ର ରାଉତରାୟ, ସୁଦର୍ଶନ ଦାସ, ଅର୍ଜୁନ ସ୍ୱାଇଁ, ଗଙ୍ଗାଧର ସେଠୀ, ଜଳଧର ସେଠୀ, ପୂର୍ଣ୍ଣଚନ୍ଦ୍ର ବାରିକ, ସନାତନ ନାୟକ, ନିରୁପମା ଜେନା, ଜାନକି ଖଟୁଆ, ମହିମା ଖିଲାର, ସନ୍ଧ୍ୟାରାଣି ରାଉତ, ମନୋରମା ବେହେରା, ଲୋକନାଥ ସାହୁ, ଅକ୍ଷୟ ମିଶ୍ର, ବିଶ୍ୱନାଥ ଜେନା, ମୋହନ ଦାଶ, ସୁରେନ୍ଦ୍ର ସେଠୀ, ବିବେକାନନ୍ଦ ଜେନା, ମଦନ ଦାସ, ଅଭିମନ୍ୟୁ ଦାସ, ଛଚିନ୍ଦ୍ର ଘଡେଇ, ଶରତ ପଢିଆରି, ଧବଳେଶ୍ୱର ଭୋଇ, ଖଗେଶ୍ୱର ଜେନା, ପ୍ରଫୁଲ୍ଲ ନାୟକ, ଲକ୍ଷ୍ମୀଧର ପଣ୍ଡା, ରମେଶ ଚନ୍ଦ୍ର ସାହୁ, ସୁରେନ୍ଦ୍ର ରାଉତ, ସୁଲୋଚନା ରାଉତ ସମେତ ଆଲୋକ ମୁଖାର୍ଜି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ