କୃଷକଙ୍କ ପାଇଁ ୧୬ ସୂତ୍ରୀୟ ଫର୍ମୁଲା ଯୋଜନା ପାଇଁ ୨.୮୩ ଲକ୍ଷ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବଜେଟ ତଥା ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଗତ କରୁଛନ୍ତି । ଅର୍ଥମନ୍ତ୍ରୀଭାବେ ନିର୍ମଳା ସୀତାରମଣଙ୍କ ଏହା ହେଉଛି ଦ୍ୱିତୀୟ ବଜେଟ । ଏହି ଅବସରରେ ନିର୍ମଳା ସୀତାରମଣ କହିଛନ୍ତି ଯେ, କେନ୍ଦ୍ର ସରକାର କୃଷକଙ୍କ ପାଇଁ ବଡ଼ ବଡ଼ ଯୋଜନା କରିଛନ୍ତି । କୃଷି ବିକାଶ ଯୋଜନା ଲାଗୁ କରାଯାଇଛି । ପିଏମ ଫସଲ ବୀମା ଯୋଜନା ଦ୍ୱାରା କୋଟି କୋଟି କୃଷକଙ୍କୁ ଲାଭ ମିଳିପାରିଛି । ତେବେ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । କୃଷକଙ୍କ ପାଇଁ ୧୬ ସୂତ୍ରୀୟ ଫର୍ମୁଲା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ସବୁ ଯୋଜନା ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
୧୬ ସୂତ୍ରୀୟ ଫର୍ମୁଲା
୧. ମଡ଼ର୍ଣ୍ଣ ଏଗ୍ରିକଲଚର ଲ୍ୟାଣ୍ଡ ନିୟମକୁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯିବ ।
୨.୧୦୦ ଜିଲ୍ଲାରେ ପାଣି ବ୍ୟବସ୍ଥା ପାଇଁ ଯୋଜନା
୩. ପିଏମ କୁସୁମ ଯୋଜନା ଜରିଆରେ କୃଷକଙ୍କ ପମ୍ପକୁ ସୋଲାର ପମ୍ପ ସହ ଯୋଡ଼ାଯିବ, ଏଥିରେ ୨୦ଲକ୍ଷ କୃଷକଙ୍କୁ ଯୋଜନାରେ ସାମିଲ କରାଯିବ । ଏହା ସହ ୧୫ଲକ୍ଷ କୃଷକଙ୍କ ଗ୍ରେଡ଼ ପମ୍ପକୁ ମଧ୍ୟ ସୋଲାର ସହ ଯୋଡ଼ାଯିବ ।
୪. ଫର୍ଟିଲାଇଜରର ବ୍ୟବହାର ନିୟନ୍ତ୍ରଣ କରାଯିବ । ଯାହା ଫଳରେ କେତେ ପରିମାଣର ଫର୍ଟିଲାଇଜର ବ୍ୟବହାର କରାଯିବ ସୂଚନା କୃଷକଙ୍କୁ ଜଣାଯିବ ।
୫.ଦେଶରେ ଥିବା ୱେର ହାଉସ, କୋଲ୍ଡ ଷ୍ଟୋରେଜ ଆଦିକୁ ନାବାଡ଼ ନିଜ ଅଧିନକୁ ନେବ , ନୂଆ ପ୍ଲାନ ଅନୁସାରେ ଡେଭଲପ କରାଯିବ । ଆଉ ୱେର ହାଉସ, କୋଲ୍ଡ ଷ୍ଟୋରେଜ ନିର୍ମାଣ କରାଯିବ ।ଏଥି ନିମନ୍ତେ ପିପିପି ମଡ଼େଲ ଆପଣାଯିବ ।
୬. ମହିଳା କୃଷକଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା ଘୋଷଣା
୭. ବିମାନରେ ଯିବ କୃଷକଙ୍କ ସାମାନ । କୃଷି ଉଡ଼ାନ ଯୋଜନା ଆରମ୍ଭ କରାଯିବ । ଇଣ୍ଟର ନ୍ୟାସନାଲ , ନ୍ୟାସନାଲ ଲେବଲରେ ଯୋଜନା ଆରମ୍ଭ କରାଯିବ ।
୮. ଦୁଗ୍ଧ, ମାଛ, ମାଂସ ପାଇଁ କିଷାନ ରେଳ ମଧ୍ୟ ଆରମ୍ଭ ହେବ
୯. କୃଷକଙ୍କ ଅନୁସାରେ ଏକ ଜିଲ୍ଲା ଏକ ପ୍ରଡ଼କ୍ଟ ଉପରେ ଫୋକସ କରାଯିବ
୧୦. ଜୈବିତ କ୍ଷେତ ଜରିଆରେ ଅନଲାଇନ ମାର୍କେଟ କରାଯିବ
୧୧. କିଷାନ କ୍ରେଡ଼ିଟ କାର୍ଡ଼କୁ ୨୦୨୧ ପାଇଁ ବଢାଯିବ
୧୨. ଦୁଗ୍ଧ ପ୍ରଡ଼କ୍ସନ ଦୁଇଗୁଣ କରିବା ପାଇଁ ସରକାର ଯୋଜନା କରିବେ
୧୩. ଗୋଚର ଭୂମି ଗୁଡ଼ିକ ମନରେଗାରେ ଯୋଡ଼ାଯିବ
୧୪.ବ୍ଲୁ ଇକୋନମି ଜରିଆରେ ମାଛ ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦିଆଯିବ
୧୫. ଫିସ ପ୍ରସେସିଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯିବ
୧୬. କୃଷକଙ୍କ ଦିଆଯାଉଥିବା ସୁବିଧା ଓ ସହଯୋଗକୁ ଦିନ ଦୟାଲ ଯୋଜନା ଦ୍ୱାରା ଆଗକୁ ବଢାଯିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ