କୃଷକଙ୍କ ପୁଅ ହେଲେ କୋଟିପତି
(ଯୁଗାବ୍ଦ ନ୍ୟୁଜ) ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ‘କୌନ ବନେଗା କରୋଡ଼ପତି’ ୧୧ତମ ସଂସ୍କରଣର ପ୍ରଥମ କୋଟିପତି ହୋଇଛନ୍ତି ଜଣେ କୃଷକଙ୍କ ପୁଅ। ବିହାରର ସରୋଜ ରାଜ୍ କୋଟିପତି ହେବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ‘କୌନ ବନେଗା କରୋଡ଼ପତି’ ଶୋ’ର ହୋଷ୍ଟ୍ ଅମିତାଭ ବଚ୍ଚନ ସରୋଜଙ୍କ ନାଁ ଘୋଷଣା କରିବା ପରେ ସେ ଖୁସିରେ ଆତ୍ମହରା ହୋଇଯାଇଥିଲେ। ଭବିଷ୍ୟତରେ ଜଣେ ଆଇଏଏସ୍ ଅଫିସର ହୋଇ ସମାଜ ସେବା କରିବି ବୋଲି ସେ କହିଛନ୍ତି। କେବଳ ଏକ କୋଟି ଟଙ୍କା ନୁହେଁ, ୭ କୋଟି ଜିତିବାର ସୁଯୋଗ ତାଙ୍କ ପାଖରେ ରହିଛି। ତେବେ ସେ ଏହା ଜିତି ପାରୁଛନ୍ତି କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।


