କୃଷକ,ଶ୍ରମିକ ବିରୋଧି ବିଲ ପ୍ରତ୍ୟାହାର ଦାବୀରେ ସିପିଆଇର ପ୍ରତିବାଦ ସଭା

ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ବିଲ୍ ପ୍ରତ୍ୟାହାର ଦାବୀରେ ବନ୍ତ ବ୍ଲକ ଆଗରପଡା ଠାରେ ଗଣ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସିପିଆଇର ସାଥୀ ସମର୍ଥକ ମାନେ କୁଆଁଶମଢିଆ ଛକରୁ ଏକ ଶୋଭାଯାତ୍ରା ବାହାରି ଆଗରପଡା ବଜାର ପରିକ୍ରମା କରିଥିଲେ । କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ବିଲ୍ ପ୍ରତ୍ୟାହାର କରିବା, ଧାନ କୁଇଣ୍ଟାଲ ୩୫୦୦ଟଙ୍କା ଧାର୍ଯ୍ୟ କରିବା, ସ୍ୱାମୀନାଥନ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରିବା ଆଦି କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇ ଆଗରପଡା -କୁପାରୀ ଛକରେ ସମବେତ ହୋଇଥିଲେ । ବରିଷ୍ଠ ସାଥି ଆନନ୍ଦଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଦ୍ରକ ଜିଲ୍ଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଉମାକାନ୍ତ ମହାପାତ୍ର, ବନ୍ତ ଜୋନ ସମ୍ପାଦକ ରମେଶ ଜେନା, ଆଇନଜୀବି ପରମେଶ୍ୱର ବାରିକ, ନିରଞ୍ଜନ ନାୟକ, ରବିନ୍ଦ୍ର ଜେନା ଯୋଗ ଦେଇ କେନ୍ଦ୍ର ସରକାରଙ୍କ କୃଷକ ଶ୍ରମିକ ବିରୋଧି ନୀତି, ଦରଦାମ ବୃଦ୍ଧି, ୟୁରିଆ ସାରର ଅଭାବି ବିକ୍ରି ଓ କଳାବଜାରୀ, କେନ୍ଦ୍ର ସରକାରରଙ୍କ ପୁଞ୍ଜିପତି ସପକ୍ଷବାଦୀ ନୀତିର ଦୃଢ ବିରୋଧ କରି କୃଷକ, ଶ୍ରମିକ ଓ ଜନସାଧାରଣଙ୍କ ସମାଜିକ ଓ ଆର୍ôଥକ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟିହୀନ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଅରୁଣ ରାଉତ, ସୁରେନ୍ଦ୍ର ରାଉତ, କୈଳାସ ଚନ୍ଦ୍ର ଜେନା, ଶ୍ୟାମ ସୁନ୍ଦର ଦାସ, ଉସ୍‌ମାନ ସା, ନୃସିଂହ ଦାସ, ଜୟନ୍ତ ଜେନା, ପବିତ୍ର ସେଠୀ, ସୁବାଷ ବେହେରା, ପର୍ଶୁରାମ ସ୍ୱାଇଁ, ଅନନ୍ତ ମହାରଣାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ