କୃଷକ ଅଧିକାର ଯାତ୍ରାକୁ ସାନଖେମୁଣ୍ଡିରେ ବିପୁଳ ସମ୍ଭର୍ଦ୍ଧନା
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ ):ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ କୃଷି ଆଇନ କୁ ବାତିଲ ତଥା କୃଷକ ର ଅଧିକାର କୁ ଆଗକୁ ନେବାପାଇଁ ୧୨ ମାର୍ଚ୍ଚ ରୁ ୨୩ ମାର୍ଚ୍ଚ ମହାତ୍ମାଗାନ୍ଧୀ ମାର୍ଗ ରୁ ବାହାରି ଥିବା କୃଷକ ଅଧିକାର ଯାଥା କୁ ସାନଖେମୁଣ୍ଡି ଓ ଦିଗପହଣ୍ଡି ରେ ବ୍ଲକ କମିଟି ତରଫରୁ ବିପୁଳ ସମ୍ଭର୍ଦ୍ଧନା ଦିଆଯାଇଛି ଓ ଏହି ସମ୍ଭର୍ଦ୍ଧନା କାର୍ୟ୍ୟକ୍ରମ ରେ ଦିଗପହଣ୍ଡି ବ୍ଲକସ୍ଥିତ ଗଣିଆନାଳ, ସାନଖେମୁଣ୍ଡି ବ୍ଲକ ପୋଡାମାରି ଫରେଷ୍ଟଗେଟ ଓ ଟି.ଗୋବିନ୍ଦପୁର ଠାରେ ରଥ କୁ ଅଟକାଇ ପୁଷ୍ପଗୁଚ୍ଛ ସହ ସମ୍ଭର୍ଦ୍ଧନା ଦିଆଯାଇଥିଲା ଓ ଏହି ରେ ପ୍ରତାପ ପ୍ରଧାନ, ଲଡ଼ୁ କିଶୋର ଡାକୁଆ, ତୋଫାନ ସ୍ୱାଇଁ, ମଙ୍ଗଳା ଗମାଙ୍ଗ, ପରମା ପରିଛା, ପ୍ରତାପ ନାୟକ, ଶିବରାମ ସାହୁ, ନାରାୟଣ ଗୌଡ଼ ପ୍ରମୁଖ ନେତୃତ୍ୱ ନେଇଥିଲେ ଓ କୃଷି କ୍ଷେତ୍ରରୁ କର୍ପୋରେଟ ହଟାଅ -କୃଷି ଓ କୃଷକ -ଦେଶ ବଞ୍ଚାଅ କୃଷକ ସର୍ବନାଶକାରି କୃଷି ଆଇନ ପ୍ରତ୍ୟାହାର କରିବା . ଦାବୀ ନେଇ ରାଜ୍ୟ ସ୍ତରୀୟ କିଷାନ ଅଧିକାର ଯାତ୍ରା ଅବସରରେ ସମ୍ବର୍ଦ୍ଧନା ସଭାରେ ସଂଯୁକ୍ତ କିଷାନ ମୋର୍ଚା ଏବଂ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତି ର ଡାକରା ରେ ଆସନ୍ତା ମାର୍ଚ୍ଚ ୨୩ ରେ ଭୁବନେଶ୍ୱର ସମାବେଶ ରେ ସାମିଲ ହେବାକୁ ଚାଷୀଙ୍କୁ ଆହ୍ୱାନ କରାଯାଇଥିଲା ଓ ଉକ୍ତ ଅଭିଯାତ୍ରି ଦଳ ରେ ଏଆଇକେଏଏସ ର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ନ୍ୟାସନାଲ ଆଲିଆନସ୍ ଅଫ ପିପୁଲସ୍ ମୁଭମେଣ୍ଟ ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କୃଷକ ସଭା ଶଶୀ ଭୂଷଣ ସ୍ବାଇଁ, ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି ଲିଙ୍ଗରାଜ, ଓଡିଶା କୃଷକ ସଭା ସୁରେଶ ପାଣିଗ୍ରାହୀ, ଅଖିଳ ଭାରତ କିଷାନ ମଜଦୂର ସଭା ଭାଲଚନ୍ଦ୍ର, ଅଲ ଇଣ୍ଡିଆ କୃଷକ କ୍ଷେତ ମଜଦୂର ସଂଗଠନ ନିରଞ୍ଜନ ମହାନ୍ତି, ଅଲ ଇଣ୍ଡିଆ କ୍ରାନ୍ତିକାରୀ କିଷାନ ସଭା ଶଙ୍କର ସାହୁ, ଇଣ୍ଡିଆନ ସୋସିଆଲ ଆକ୍ସନ ଫୋରମ୍ ନରେନ୍ଦ୍ର ମହାନ୍ତି, ଅଖିଳ ଭାରତ କୃଷକ ମହାସଭା ସର୍ବେଶ୍ବର ଭାରତୀ, ଚାଷୀ ମୂଲିଆ ସୁରକ୍ଷା ଓ ସଂଗ୍ରାମ ପରିଷଦ ବଳଭଦ୍ର ମଲ୍ଲିକ ଏହି ଯାଥାର ନେତୃତ୍ବ ନେଉଛନ୍ତି । ଏତଦ୍ ବ୍ୟତୀତ ଓଡିଶା କୃଷକ ସଭାର ଯମେଶ୍ବର ସାମନ୍ତରାୟ ଓ ଅଭିରାମ ବେହେରା, ଇଓକଗକଝ ର ନିରାକାର ନାୟକ, କୃଶନାଥ ପ୍ରଧାନ, ଇଓକଝ ରାମଚନ୍ଦ୍ର ମୁଦୁଲି, ଉଗଝଝଚ ରବିଚନ୍ଦ୍ର ପ୍ରଧାନ ଆଦି ଏହି ଯାଥାରେ ସାମିଲ ହୋଇଛନ୍ତି ।


