କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ପୂଣ୍ୟକୃଶ ସଂଘର ସେବାଭଗ୍ନୀ ଗଣ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶବ୍ୟାପି ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ପୂଣ୍ୟକୃଶ ସଂଘର ସେବାଭଗ୍ନୀ ଗଣ। ଦୀର୍ଘଦିନ ହେଲା କୃଷକମାନେ ଥଣ୍ଡା କାକରରେ ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିଛନ୍ତି। କୃଷକମାନଙ୍କ ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଥିବା ବେଳେ ସର୍ବଭାରତ ସ୍ତରରେ କାର୍ଯ୍ୟରତ ପୂଣ୍ୟକୃଶ ସଂଘର ସେବା ଭଗ୍ନୀମାନେ କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ସନ୍ଧ୍ୟାରେ ବ୍ରାହ୍ମଣୀଗାଁ ଠାରେ କ୍ୟାଣ୍ଡେଲ ଜାଳି ସମସ୍ୟାର ସମାଧାନ ପାଇଁ ପ୍ରାର୍ଥନା କରିଛନ୍ତି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ସ୍ଥିତ ପୂଣ୍ୟକୃଶ ସଂଘର ସେବାଭଗ୍ନୀ ଗଣ ଆନ୍ଦୋଳନକୁ ସମର୍ଥନ ଜଣାଇ ଏହି କ୍ୟାଣ୍ଡେଲ ଜାଳିଥିଲେ। ମୂଖ୍ୟ ପରିଚାଳିକା ସିଷ୍ଟର ଫାତିମା, ସିଷ୍ଟର ଉର୍ସୁଲା, ସିଷ୍ଟର ଲିଲି, ସିଷ୍ଟର ଲିସା ଓ ଅନ୍ୟ ସହଯୋଗୀ ସେବାଭଗ୍ନୀ ଓ କର୍ମକର୍ତାମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ