କୃଷକ ଓ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ରତିବାଦ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍) :ସିପିଆଇ (ଏମ୍) ସମର୍ଥିତ କୃଷକ ସଙ୍ଗଠନ କ୍ଷେତ ମଜଦୁର ୟୁନିୟନ ଓ ଶ୍ରମିକ ସଙ୍ଗଠନ ସି ଆଇ ଟି ୟୁ ପକ୍ଷରୁ ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଶନିବାର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ବିରୋଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।  ପ୍ରତିବାଦ ସଭାରେ ଆଇନଜୀବୀ କୁରେଶୁ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସିପିଆଇ (ଏମ) ଗଞ୍ଜାମ ଜିଲ୍ଲା ସମ୍ପାଦକ କୈଳାଶ ଷଡ଼ଙ୍ଗୀ, ଜିଲା କାର୍ଯ୍ୟକର୍ତ୍ତା  ଅଶ୍ୱିନୀ ଦାସ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଙ୍କ ବିଭିନ୍ନ ଜନବିରୋଧୀ ନୀତି କୁ ତୀବ୍ର ସମାଲୋଚନା କରିଥିଲେ। ପରେ ଭାଗ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଜମି ମାଲିକଙ୍କ ଠାରୁ ସମ୍ମତି ଆଣିବା ପାଇଁ କରାଯାଇଥିବା ସର୍ତ୍ତକୁ ସରକାରୀ ସ୍ତରରେ ପ୍ରତ୍ୟାହାର କରାଯିବା, ଭାଗଚାଷୀ ମାନଙ୍କ ଠାରୁ ନିଜସ୍ୱ ଘୋଷଣା ପତ୍ର ଜରିଆରେ ସରକାର ଧାନ କିଣିବା, ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ନିମନ୍ତେ ଦିଆଯାଇଥିବା ଅବଧି ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବଢାଇବା, ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା, ଆୟ କର ଦେଉନଥିବା ସମସ୍ତ ପରିବାରକୁ ମାସିକ ୭୫୦୦ ଟଙ୍କା ଅନ୍ତତଃ  ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରିବା, ଏମ୍ ଜି ଏନ୍ ଆର ଇ ଏସ ଯୋଜନାରେ  ୨ ଶହ ଦିନ କାମ ଯୋଗାଇଦେବା ସହ ଦୈନିକ ୬୦୦ ଟଙ୍କା  ମଜୁରୀ ଦେବା, ସମସ୍ତ ବେକାରୀ କୁ ନିଯୁକ୍ତି ନତୁବା ବେକାରୀ ଭତ୍ତା ଯୋଗାଇଦେବା, ସହରାଞ୍ଚଳ ପାଇଁ କର୍ମ ନିଯୁକ୍ତି ଆଇନ ପ୍ରଣୟନ କରିବା, କୃଷି ବ୍ୟବସାୟ ଚୁକ୍ତି ବଦ୍ଧ ଚାଷ, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନକୁ ପ୍ରତ୍ୟାହାର କରିବା, ବିଦ୍ୟୁତ ଆଇନ ସଂଶୋଧନକୁ ପ୍ରତ୍ୟାହାର କରିବା ପ୍ରଭୃତି ଦାବୀ ପୁରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରେରଣ କରାଯାଇଥିବା ଜଣାପଡିଛି। ଅକ୍ଷାଂଶୁ ଜ୍ୟୋତି ଦାସ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସିପିଆଇ ଏମ୍ କାର୍ଯ୍ୟକର୍ତ୍ତା ଉଜ୍ୱଳ ସାହୁ, ସୁଶାନ୍ତ କୁମାର ଷଡଙ୍ଗୀ,  ନାରସୁ ରେଡି, ବି. କାଳିଆ, ଏ. ମାଧା, ଏ. ପୁରୁଷୋତ୍ତମ, ଏ. ପର୍ଶୁରାମ, ପି. ଶିବ ଶଙ୍କର, ବିଶ୍ୱନାଥ ମହାରଣା, ଏ. ହରି, ପି. ଗୋବିନ୍ଦ, ଏ. ସୂର୍ଯ୍ୟ ନାରାୟଣ, ଏ. କୂରେଶୁ, ପି. ଶ୍ରୀରମୁଲୁ, ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ