କୃଷକ ତାଲିମ କାର୍ଯ୍ୟକ୍ରମ ଉଦଯାପିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜାତୀୟ ଧାରଣକ୍ଷମ ଯୋଜନା ପରିସରଭୁକ୍ତ ଭୂମି ପୋଷଣ ଅଭିଯାନ ସମ୍ପର୍କିତ ଏକ ୧୩ ଦିନିଆ କୃଷକ ତାଲିମ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇହୋଇଛି।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ,ଗଞ୍ଜାମ ତରଫରୁ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର,ହିଞ୍ଜିଳିକାଟୁ ଦ୍ୱାରା ୧୩ଟି ନିର୍ଦ୍ଧିଷ୍ଟ ଆଦର୍ଶ ଗ୍ରାମକୁ ବଛାଯାଇ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ହିଞ୍ଜିଳିକାଟୁ ଗୋଷ୍ଠୀ କୃଷି ଅଧିକାରୀ ବଳରାମ ସୁବୁଦ୍ଧିଙ୍କ ସଂଯୋଜନାରେ ଉଦଯାପନ ଦିବସରେ କୁକୁଡଖଣ୍ଡି ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ପ୍ରସନ୍ନ କୁମାର ସ୍ୱାଇଁ ସମ୍ବଳ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ।ତାଲିମ କାର୍ଯ୍ୟକ୍ରମର ଅନ୍ୟାନ୍ୟ ଦିବସରେ ଡ.ଅର୍ଜ୍ଜୁନ ଚରଣ ପୃଷ୍ଟି ,ପବିତ୍ର ମୋହନ ମିଶ୍ର,ରାଧାକୃଷ୍ଣ ପାଣିଗ୍ରାହୀ,ପ୍ରଶାନ୍ତ ପଣ୍ଡା ଓ ନିରଞ୍ଜନ ସେନାପତି ପ୍ରମୁଖ ସମ୍ବଳ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ। ଜାତୀୟ ଧାରଣକ୍ଷମ କୃଷି ଯୋଜନା ଅନ୍ତର୍ଗତ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ୨୦୨୦-୨୧ ଯୋଜନା ଅନୁଯାୟୀ ୨୦୨୧-୨୨ ବର୍ଷରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଜାରି ରହିଛି।ଏହି ଯୋଜନା ଅନୁସାରେ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଓ ଫସଲ ଉତ୍ପାଦନ ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଛି।ଏହାର ସଫଳ ରୂପାୟନ ପାଇଁ ମୃତ୍ତିକା ପରୀକ୍ଷା ଓ ମୃତ୍ତିକା ନମୁନା,ମାଟିର ସ୍ୱାସ୍ଥ୍ୟ ପରିଚାଳନା,ମୃତ୍ତିକା ସ୍ୱାସ୍ଥ୍ୟ ଓ ନିରନ୍ତର କୃଷି ନିମନ୍ତେ ସମନ୍ବିତ ପୁଷ୍ଟିକର(ଖତସାର),ସବୁଜ ଓ ଜୈବିକ ଖତର ବ୍ୟବହାର ଓ ଉତ୍ପାଦନ ପଦ୍ଧତି,ଜୈବିକ ବନ୍ଧୁ ଜିଆ ଓ ପରିବେଶ ସୁରକ୍ଷା ସହ ହାଣ୍ଡିଖତ ଆଦି ପ୍ରୟୋଗ ସମ୍ପର୍କରେ ସମ୍ବଳ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା କୃଷି ବୈଜ୍ଞାନିକ,ସ୍ଥାନୀୟ ଗୋଷ୍ଠୀ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ପ୍ରମୁଖ କୃଷକ ଭାଇ ଭଉଣୀ ମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। କୃଷି ଅଧିଦର୍ଶକ ପ୍ରଦୀପ କୁମାର ମହାପାତ୍ର,ମୁନୀ ବାଇ,ସବିତା କୁମାରୀ ସାହୁ,ରାଧାରାଣୀ ସୁବୁଦ୍ଧି,ମମତା ସାହୁ, ଧରିତ୍ରୀ ପାଢ଼ୀ, ପ୍ରକାଶ କୁମାର ନାୟକ,ପଞ୍ଚୁ କୁମାର ସାହୁ, ପଦ୍ମଜା ଦାଶ,ଶୁଭଶ୍ରୀ ମିଶ୍ର,ଅନିଲ କୁମାର ବିଷୋୟୀ,ଅଚ୍ୟୁତା ନନ୍ଦ ଦାଶ ଓ ଭଗବାନ ଗୌଡ଼ ପ୍ରମୁଖ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


