କୃଷକ ନେତା ବଳରାମ ପରିଡ଼ାଙ୍କ ଦ୍ୱାଦଶାହ ତିଥିରେ ମା ବୁଢ଼ାକେନ୍ଦୁ ଯୁବଛାତ୍ର ସଂସଦ ତରଫରୁ ବୃକ୍ଷରୋପଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଞ୍ଚାୟତ କେ. ନୂଆଁଗଡ଼ ଗ୍ରାମର ବିଶିଷ୍ଟ କୃଷକ ନେତା ସ୍ଵର୍ଗତ ବଳରାମ ପରିଡ଼ାଙ୍କ ଦ୍ୱାଦଶାହ ତିଥିରେ ତାଙ୍କର ସ୍ମୃତିରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଏବଂ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ତରଫରୁ ମାଆ ବ୍ଯଘ୍ରଦେବୀ ପୀଠ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରାଯାଇଛି I ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରତିନିଧି ତଥା ଯୁବ ଆଇନଜୀବୀ ସନ୍ତୋଷ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଜୟରାମ ନାୟକ, ପୂର୍ବତନ ସରପଞ୍ଚ ସନ୍ତୋଷ ସାହୁ, ଯୁବ ନେତା ରଞ୍ଜିତ୍ କୁମାର ରାଉତ,ଶିବରାମ ରାଉତ,ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ,କୋଷାଧ୍ୟକ୍ଷ ଟୁକୁନା ବିଷୋୟୀ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସାମ୍ବାଦିକ ପଞ୍ଚାନନ ସାହୁ ପ୍ରମୁଖ ଯୋଗ ଦେଇଥିଲେ I ଆଜି ସ୍ଵର୍ଗତ ପରିଡ଼ାଙ୍କ ଦ୍ୱାଦଶାହ ତିଥି ଅବସରରେ ତାଙ୍କ ଫଟୋଚିତ୍ରରେ ପ୍ରଥମେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ I ଏହି ଅବସରରେ ସ୍ଵର୍ଗତ ପରିଡ଼ାଙ୍କ ପାଞ୍ଚ ପୁଅ ସୂର୍ଯ୍ୟ, ନାରାୟଣ, ଇନ୍ଦ୍ର, ଶ୍ୟାମ ଓ କୃଷ୍ଣ ମିଳିତ ଭାବେ ବୃକ୍ଷରୋପଣ କରିବା ପାଇଁ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଏବଂ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦକୁ ଅନୁରୋଧ କରିଥିଲେ I ଆଜି ଉଭୟ ସଂଗଠନ ତରଫରୁ ବାଦାମ, ଅଶୋକ, ଅର୍ଜୁନ, ଫାଶୀ, ବଉଳ, କରଞ୍ଜ, ଶାଗୁଆନ୍ ଭଳି ବିଭିନ୍ନ କିସମର ପ୍ରାୟ ୭୫ ଟି ଚାରା ରୋପଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିବରାମ ସ୍ୱାଇଁ, ଶିବରାମ ରାଉତ, ୱାର୍ଡ୍ ସଭ୍ୟ ଶଙ୍କର ଦାଶ,ଯୋଗେନ୍ଦ୍ର ପରିଡ଼ା, ସନ୍ତୋଷ ସିଅ, ସୁଦାମ ସେଠୀ, ଶଙ୍କର ମହାରଣା, ଜଗନ୍ନାଥ ସାହୁ,ସୁଦାମ ମହାରଣା, ଦୀନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ସମ୍ବାଦ ସାହିତ୍ୟ ଘର ସହ ସମ୍ପାଦକ ଶିଶିର ସ୍ଵାଇଁ ପରିଚାଳନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ