କୃଷକ ନେତା ହରିହରଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ

ବେଳଗୁଣ୍ଠା, (ସନ୍ତୋଷ ବିଶୋଇ):ବେଳଗୁଣ୍ଠା ବ୍ଲକ ଅନ୍ତର୍ଗତ ପଟୁଳିସହି ଗ୍ରାମର କୃଷକ ନେତା ତଥା ବେଳଗୁଣ୍ଠା ବ୍ଲକ ଚେୟାରମ୍ୟାନ ପ୍ରଶାନ୍ତ କୁମାର ନାୟକଙ୍କ ପିତା ସ୍ବର୍ଗତ ହରିହର ନାୟକ ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଅବସରରେ ପଟୁଳିସହି ସ୍ଥିତ ହନୁମାନ ମନ୍ଦିରରେ ଅନିସ୍ଥିତ ହୋଇଯାଇଛି। ସ୍ବର୍ଗତ ନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଇଁ ପରିବାର ତରଫରୁ ବହୁ ବୃଦ୍ଧ ବୃଦ୍ଧା ଙ୍କୁ ଶୀତବସ୍ତ୍ର ବଣ୍ଟନ,ଅତିଥିଙ୍କ ଦ୍ୱାରା ଵୃକ୍ଷ ରୋପଣ ଓ ଶହେ ଆଠ ହନୁମାନ ଚାଳିସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ବିଧାୟକ ପୁର୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ମନ୍ଦିର ପରିସରରେ ଥିବା ଶିଶୁ ଉଦ୍ୟାନ ଓ ଗଣେଶଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ।ବେଳଗୁଣ୍ଠା ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧକ୍ଷତାରେ ଆୟୋଜିତ ସ୍ମୃତି ସଭାରେ ଅତିଥି ରୂପେ ବିଧାୟକ ପୁର୍ଣଚନ୍ଦ୍ର ସ୍ୱାଇଁ, ବେଳଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ ଶତପଥୀ,ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର,ବେଳଗୁଣ୍ଠା ନଗରପାଳ ଫିରୋଜ ସେଠି,ସୋରଡା ନଗରପାଳ ଶିବରାମ ପଣ୍ଡା,ଦିଗପହଣ୍ଡି ବ୍ଲକ ଅଧକ୍ଷା ସୁନିତା ସେଠି,ଚିକିଟି ବ୍ଲକ ଅଧକ୍ଷ ଅପନ୍ନା ସେଠି,ସାନ ଖେମୁଣ୍ଡି ବ୍ଲକ ଅଧକ୍ଷ ସୀମାଞ୍ଚଳ ପାତ୍ର,କୁକୁଡ଼ଖଣ୍ଡି ବ୍ଲକ ଅଧକ୍ଷ କମାକ୍ଷାପ୍ରସାଦ ପାତ୍ର,ଉପାଧକ୍ଷା ପ୍ରମିଳା ପ୍ରଧାନ,ବ୍ଲକ ବିଜେଡି ସଭାପତି , ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଦୁର୍ଗମାଧବ ନାୟକ,ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଜିଲ୍ଲା ପରିଷଦ ବିଦ୍ୟାଧର ବିଷୋୟୀ ସରପଞ୍ଚ ସସ୍ମିତା ସ୍ୱାଇଁ,ଜୟରାମ ନାୟକ,ଦେବେନ୍ଦ୍ର ଗୌଡ଼,ସମିତି ସଭ୍ୟ କୁଞ୍ଜବିହାରି ନାୟକ,ବିଭୁପାଦ ଜେନା, ସୁଧାଂଶୁ ପଲେଇ, ଅଯୋଧ୍ୟା ବେହେରା,ଆତ୍ମା ଚେୟାରମେନ ରଶ୍ମିତ ପରିଡା,ସମାଜସେବୀ ଶୂଳପାଣି ଶତପଥୀ,ଅବସରପ୍ରାପ୍ତ ଅଧକ୍ଷ କୃତିବାସ ବିଶ୍ୱାଳ,ସନ୍ତୋଷ ବିଶ୍ୱାଳ,ଶିକ୍ଷାବିତ ରାମକୃଷ୍ଣ ପାତ୍ର ଓ ବରିଷ୍ଠ ବିଜେଡି ନେତା ନାରାୟଣ ପାତ୍ର,ନାରାୟଣ ଗୌଡ଼ ଓ ସଂଜୟ ବାରିକ ଙ୍କ ସମେତ ବହୁ ଲୋକ ପ୍ରତିନିଧି ଯୋଗ ଦେଇଥିଲେ । ସ୍ବର୍ଗତ ହରିହରଙ୍କ ଚାରିପୁତ୍ର ସୁକାନ୍ତ,ପ୍ରଶାନ୍ତ,ବସନ୍ତ ଓ ସୁଶାନ୍ତଙ୍କ ସମେତ ପରିବାର ଵର୍ଗ ଅତିଥିଙ୍କ ଗହଣରେ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ