କୃଷକ ପ୍ରଶିକ୍ଷଣ ଶିବିର
ଖୋରଧା (ଜୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ କୃଷି ଉପନିର୍ଦ୍ଦେଶକଙ୍କ ସଭାଗୃହରେ ଚଳିତ ଖରିଫ୍ଋତୁର ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ସହଯୋଗରେ ଦୁଇଦିନ ବ୍ୟାପି କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମୂଖ୍ୟତଃ ଜିଲ୍ଲାର ୩ଗୋଟି ବ୍ଲକ୍ , ଖୋର୍ଦ୍ଧା, ବେଗୁନିଆ ଓ ବୋଲଗଡ଼ର ୩୦ଜଣ ଅଗ୍ରଣୀ କୃଷକଙ୍କୁ ନେଇ ତୈଳବୀଜ ଫସଲ ବିଷୟ ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛିି । ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ ଭାସ୍କର ବାରିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଜିଲ୍ଲା କୃଷି ଅଧିକାରୀ ନାରାୟଣ ସେଠୀ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶାରେ ସମସ୍ତ ଜିଲ୍ଲାରେ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା ସହିତ କୃଷକମାନେ ଅଣଧାନ ·ଷ ପ୍ରତି କିପରି ଅଧିକ ଆଗ୍ରହ ଦେଖାଇ ପାରିବେ ସେ ସମ୍ପର୍କରେ କୃଷକମାନଙ୍କୁ ଶିକ୍ଷାଦାନ କରାଯାଇଥିଲା । ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁବ୍ରତ ରଥ, ସୁନୀଲ ଜେନା, ଶାରଦା ପ୍ରସନ୍ନ କର ଏବଂ ଶ୍ରାବଣୀ ମହାରଣା, ପ୍ରଶିକ୍ଷକ ଭାବରେ ଯୋଗଦେଇଥିଲେ । ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା “ତୈଳବୀଜ ଫସଲରେ ଆଣିବା ଉନ୍ନତି” ରାଜ୍ୟ ହସିବ କୃଷକ ହସିବେ ନଥିବ କେବେ ଅଭାବ କରିବା ସମ୍ମତି । ସମସ୍ତ କାର୍ଯ୍ୟକ୍ରମକୁ ଖୋରଧା ବ୍ଲକ୍ ସହକାରୀ କୃଷି ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ପରିଚାଳନା କରିଥିଲେ ।