କୃଷକ ବିଜୟ ଉତ୍ସବ ଶୋକ ସଭାରେ ପରିବର୍ତ୍ତନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କୃଷି ସୁଧାର ୩ଟି କଳା କୃଷି କାନୁନ ବାତିଲ, ପ୍ରସ୍ତାବିତ ସଂଶୋଧିତ ବିଜୁଳି ବିଲ -୨୦୨୦ ପ୍ରତ୍ୟାହାର ଓ କୃଷି ଜାତ ଦ୍ରବ୍ୟର ଏମ.ଏସ.ପି. ଗ୍ୟାରେଣ୍ଟ କାନୁନ ଗଠନ ଦାବୀରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଦୀର୍ଘ ୧୩ମାସର ଆନ୍ଦୋଳନକୁ ସ୍ଥଗିତ ରଖାଯାଇ ସୀମାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । କେନ୍ଦ୍ର ସରକାର ସମସ୍ତ ଦାବି ମାନି ନେଇଥିବାରୁ କୃଷକମାନଙ୍କର ଐତିହାସିକ ବିଜୟ ଘଟିଛି । ୭ଶହରୁ ଉର୍ଦ୍ଧ୍ୱ କୃଷକଙ୍କ ବଳୀଦାନ ଯୋଗୁଁ ଏହା ସମ୍ଭବ ହୋଇପାରିଛି । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବୋଧ ଗାଁ ଠାରେ ଓଡିଶା କୃଷକ ସଭାର ଚାଷୀମାନେ ବିଜୟ ଉତ୍ସବ ପାଳନକୁ ବାତିଲ କରି ୭ଶହରୁ ଉର୍ଦ୍ଧ୍ୱ ଶହୀଦ କୃଷକ ଏବଂ ଦେଶର ପ୍ରଥମ ୩ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ, ଓଡିଶାର ସେନା ଅଧିକାରୀ ରାଣା ପ୍ରତାପ ଦାସଙ୍କ ସମେତ ଅନ୍ୟ ୧୦ଜଣ ସେନା ଅଧିକାରୀଙ୍କ ହେଲିକେପ୍ଟର ଦୁର୍ଘଟଣା ଜନିତ ଅକାଳ ବିୟୋଗରେ ମର୍ମାହତ ହୋଇ ଜୟ ଯବାନ ଓ ଜୟ କିଷାନ ଶହୀଦଙ୍କୁ ସ୍ମରଣ କରି ଶୋକପାଳନ କରିଥିଲେ । ଆୟୋଜିତ ଏହି ଶୋକ ସଭାରେ କୃଷକଙ୍କ ନେତା ବିଜୟ ଦାସ, ସାନଜରିଆ ଗ୍ରାମ ପଞ୍ଚାୟତ ନାୟବ ସରପଞ୍ଚ ସୁରେନ୍ଦ୍ର ପରିଡା, ପୂର୍ବତନ ସରପଞ୍ଚ ଯଦୁମଣି ଦାସ, ଚାଷୀ ସୁନାକର ବେହେରା, ହରିହର ବାରିକ, ସହଦେବ ଦାସ, ବାସୁ ସ୍ୱାଇଁ, ରାଜକିଶୋର ଭୂୟାଁ, ଗୁରୁଚରଣ ରାଉତ, ଗୋବିନ୍ଦ ସେଠୀ, ସନାତନ ରାଉତ, ଫକିର ଚରଣ ବାରିକଙ୍କ ସମେତ ଶତାଧିକ ଚାଷୀ ଶୋକ ପାଳନ ଓ ନୀରବ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ