କୃଷକ ମେଳା ଆୟୋଜିତ: ଶୀତଳ ଭଣ୍ଡାର ପ୍ରତିଷ୍ଠା ଦାବି କଲେ ଚାଷୀ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଘୋଡାଗାଡୁ ଗ୍ରାମରେ ଆଞ୍ଚଳିକ ଉନ୍ନୟନ ପରିଷଦ ଓ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦର ମିଳିତ ଆନୁକୂଲ୍ୟରେ ଏକ ଚାଷୀ ମେଳା ଆୟୋଜିତ ହୋଇଯାଇଛି। ବିଶିଷ୍ଟ ଚାଷୀ ଗଣପତି କହଁର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାରେ ଏକ ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖିନ ହେଉଥିବା ଅଭିଯୋଗ କରିଥିଲେ। ଏଥିସହିତ ଫୁଲବାଣୀ ସଦର ମହକୁମା ଠାରେ କେଉଁ ଆବାହନ କାଳରୁ ଚାଲି ଆସିବା ସାପ୍ତାହିକ ହାଟର ସ୍ଥାନ ଦିନକୁ ଦିନ ସଙ୍କୁଚିତ ହେଉଥିବାରୁ ବହୁତ ଅସୁବିଧା ହେଉଛି ବୋଲି ସେ ଉଦବେଗ ପ୍ରକାଶ କରିଥିଲେ। ବିଶେଷ କରି ଗ୍ରାମଞ୍ଚଳର ଚାଷୀ ମାନେ ନିଜର ଉତ୍ପାଦିତ କୃଷିଜାତ ଦ୍ରବ୍ୟ ବିକ୍ରିବଟା ପାଇଁ ନାଳ ନର୍ଦମା ତଥା ଦୂଷିତ ପରିବେଶରେ ବିକ୍ରି କରୁଥିବରୁ ଶ୍ରୀ କହଁର ଏହାର ତୁରନ୍ତ ସମ।ଧାନ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ଜଣାଇଥିଲେ। କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କୃଷି ମେଳାକୁ ମୁଖ୍ୟ ଅତିଥି ଗଣପତି କହଁର ଉଦଘାଟନ କରିଥିଲେ। ତ୍ରିଲୋଚନ ମହାପାତ୍ର ଷୋୖଜନୀରେ ଆୟୋଜିତ କୃଷକ ମେଳାରେ ଶତାଧିକ ଚାଷୀ ଯୋଗ ଦେଇଥିଲେ। ଏଥିରେ ଚିନ୍ତନ ପରିଷଦର ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ସାହାଣୀ, ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପ୍ରଧାନ, ଉପସାଧାରଣ ସମ୍ପାଦକ ଶୁଭେନ୍ଦୁ ତ୍ରିପାଠୀ, କୋଷାଧକ୍ଷ୍ୟ ବିଷ୍ଣୁ ଚରଣ ପ୍ରଧାନ , ଉପଦେଷ୍ଟା ପିତାମ୍ବର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଉଦ୍ୟାନ ଵିତ ତାରେଶ୍ୱର ପାଣି, କୃଷି ବିଭାଗ ଆତ୍ମାର ସହକାରୀ ପ୍ରକଳ୍ପ ଅଧିକାରୀ ଅନୀଲ ପ୍ରହରାଜ, କସମର ପ୍ରକଳ୍ପ ସଂଯୋଜକ ବି ଭି ଶଙ୍କର,ସ୍ବଦେଶୀ ସଂସ୍ଥାର ମୁଖ୍ୟ ସଂଯୋଜକ ପ୍ରଫୁଲ ମହାନ୍ତି , ସମାଜସେବୀ ରଜତ ମହାନ୍ତି ଆଞ୍ଚଳିକ ଉନ୍ନୟନ ପରିଷଦର କର୍ମକର୍ତ୍ତା ଦିଲ୍ଲୀପ କୁମାର ସାହୁ,ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। କାଳି ଚରଣ ସାହୁ ସହଯୋଗ କରିଥିଲେ। ଏହି ଅବସରରେ ୩ ଜଣ ଶ୍ରେଷ୍ଠ କୃଷକ ତ୍ରିନାଥ ସାହୁ,ଚିରଞ୍ଜନ କହଁର ଓ ମାଧବ କହଁର ଙ୍କୁ ସେମାନଙ୍କ କୃଷି କ୍ଷେତ୍ରକୁ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା। ଏଥି ସହିତ ୩ ଜଣ ଶ୍ରେଷ୍ଠ ସ୍ବେଚ୍ଛାସେବୀ ମିଲନ କହଁର, ତୁଷାର କାନ୍ତ ପ୍ରଧାନ ଓ ସିପୁନ କୁମାର ସାହୁକୁ ସମ୍ମାନୀତ କରାଯାଇଥିଲା। ଏଥି ସହିତ ଗୀତରାଣୀ ସାହାଣୀଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। କୃଷକ ମେଳା ପରେ ଚାଷୀ ମାନଙ୍କ ବିଭିନ୍ନ ଦାବି ପୂରଣ ପାଇଁ ରଜତ ମହାନ୍ତିଙ୍କ ନେତୃତ୍ୱରେ ଏକ କୃଷକ ମଞ୍ଚ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। କୃଷି ଓ ଉଦ୍ୟାନ ବିଭାଗର କର୍ମଚାରୀ ମାନେ ଚାଷୀମାନଙ୍କୁ ଅସମ୍ମାନ ନ କରିବାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।